ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ମାରୱାଡି ବନ୍ଧ ଗ୍ରାମରେ ବଣୁଆ ହାତୀ ଉପଦ୍ରବ କରିଛନ୍ତି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିବା ସୂଚନା ମିଳିଛି।
ସୋମବାର ବିଳମ୍ବିତ ରାତ୍ରିରେ ୧୦ ଘରିଆ ବଣୁଆ ହାତୀ ମାନେ ଚାଷୀ ପଦ୍ମଲୋଚନ ବାରିକଙ୍କ ୧ ଏକର ଧାନ ଫସଲକୁ ଉପଦ୍ରବ କରି ନଷ୍ଟ କରି ଦେଇଛନ୍ତି। ଏ ନେଇ ବନ ବିଭାଗକୁ ଅଭିଯୋଗ କରାଯିବାରୁ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ରିପୋର୍ଟ ସଂଗ୍ରହ କରିଛନ୍ତି। ବାରମ୍ବାର ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ କରୁଥିବା ବେଳେ ହାତୀ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅଞ୍ଚଳବାସୀ ଦାବି କରୁଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ।



