Patra electronics

ଚିକିତ୍ସାରେ ତ୍ରୁଟି ନେଇ ଯୁବକଙ୍କ ମୃତ୍ୟୁ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କେନ୍ଦୁଝର ସଦର:କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନିହାଲ ସିଂ ଛକ ନିକଟରେ ରହୁଥିବା ସୁରେଶ ସ୍ୱାଇଁ ଙ୍କ ପୁତ୍ର ବିକାଶ (୨୪)ବର୍ଷର ଜ୍ୱର ଆସିବାରୁ ପରିବାର ଲୋକ ଜିଲା ମୁଖ୍ୟ ଚିକିତ୍ସାଳୟ ର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତର ପିକେ ମିଶ୍ରଙ୍କ ପରାମର୍ଶ ଅନୁଯାୟୀ ଷ୍ଟାଫ ନର୍ସ ଇଞ୍ଜେକେସନ ଦେବାର ମାତ୍ର କେଇ ମିନିଟ ପରେ ମୃତ୍ୟୁ ହୋଇଛି। ଏହା ପରେ ଶହ ଶହ ଯୁବକ ଓ ମୃତକଙ୍କ ନିକଟ ସମ୍ପର୍କୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ପ୍ରତିବାଦ କରିବା ସହ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଫୋର୍ସ ମେଡିକାଲରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Comments are closed.