www.samajalive.in
Sunday, December 7, 2025
16.1 C
Bhubaneswar

ରେଢ଼ାଖୋଲ ବିଧାୟକଙ୍କ ଉଦ୍ୟମରେ ମିଳିଲା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର

ସମ୍ବଲପୁର: କରୋନାର କରାଳ ପ୍ରକୋପ ଜାରି ରହିଥିବା ବେଳେ ଦ୍ୱିତୀୟ ଲହରରେ ସଂକ୍ରମିତମାନଙ୍କର ଫୁସଫୁସ ଜନିତ ସମସ୍ୟା ଯୋଗୁଁ ସେମାନଙ୍କୁ ଅମ୍ଲଜାନର ଅତ୍ୟନ୍ତ ଆବଶ୍ୟକ ହେଉଛି। ଏଣୁ ବିଗତ କିଛି ମାସ ହେବ ଦେଶରେ ଅମ୍ଲଜାନ ସିଲିଣ୍ଡର ଓ ଅମ୍ଲଜାନ କନସନଟ୍ରେଟରର ଚାହିଦା ବହୁଳ ବୃଦ୍ଧି ପାଇଛି। ସରକାରଙ୍କ ଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ନିଜର ସାମର୍ଥ୍ୟ ଅନୁଯାୟୀ କରୋନା ରୋଗୀଙ୍କ ଚିକିତ୍ସା ସୁବିଧା କରିବାରେ ଲାଗି ସହାୟତା କରୁଛନ୍ତି। ଏହି କ୍ରମରେ ସମ୍ବଲପୁର ଜିଲା ଅର୍ନ୍ତଗତ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଉପ ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କ ଉଦ୍ୟମରେ ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି।

ଏ ସର୍ମ୍ପକରେ ବିଧାୟକ ଇଂ ପୂଜାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦେଶବ୍ୟାପି ଅମ୍ଲଜାନ ଯୋଗାଣ କାର୍ଯ୍ୟକ୍ରମରୁ ଅନୁପ୍ରାଣିତ ହୋଇ ମୁଁ ବିଗତ ଦିନରେ ଟ୍ୱିଟ ଜରିଆରେ ସମସ୍ତଙ୍କ ସହାୟତା ଲୋଡିଥିଲି। ଏହା ଦ୍ୱାରା ଦିଲ୍ଲୀର ଲୋଟସ ଫାଉଣ୍ଡେସନ ଦ୍ୱାରା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର ଆମକୁ ପ୍ରଦାନ କରିଛନ୍ତି। ଏଣୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜରିଆରେ ଏହି ଅମ୍ଲଜାନ କନସେଟ୍ରେଣ୍ଟର ଗୁଡିକୁ ଜିଲାରେ କରୋନା ରୋଗୀଙ୍କ ସେବାରେ ତୁରନ୍ତ ନିୟୋଜିତ କରିବା ପାଇଁ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଚାରମାଲ ପିଏସସିକୁ ସେଲକୋ ଫାଉଣ୍ଡେସନ ଦ୍ୱାରା ୫ଟି ଅମ୍ଲଜାନ କନସେଟ୍ରେଣ୍ଟର ଯୋଗାଇ ଦିଆଯାଇଛି। ଜିଲା ପ୍ରଶାସନକୁ ଯୋଗାଇ ଦିଆଯାଇଥିବା ଅମ୍ଲଜାନ କନସେଟ୍ରେଣ୍ଟର ଗୁଡିକ ଦ୍ୱାରା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସମେତ ସମଗ୍ର ଜିଲାର ଜନତାଙ୍କ ଉପକାର ହେବ ବୋଲି ମୋର ବିଶ୍ୱାସ।

- Advertisement -

ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶଶି ଭୂଷଣ ପଟେଲ କହିଛନ୍ତି ଯେ ବିଧାୟକଙ୍କ ଉଦ୍ୟମ ଯୋଗୁଁ ମିଳିଥିବା ଅମ୍ଲଜାନ କନସେଟ୍ରେଣ୍ଟର ଦ୍ୱାରା ରୋଗୀ ସେବା ତ୍ୱରାନ୍ୱିତ ହୋଇ ପାରିବ। ଏହି ଅମ୍ଲଜାନ କନସେଟ୍ରେଣ୍ଟର ଗୁଡିକୁ ରେଢ଼ାଖୋଲ, ଧାମ, ଚାରମାଳ, ପଡିଆବାହାଲ ସମେତ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ପଠାଯାଇ ରୋଗୀ ସେବାରେ ନିୟୋଜିତ କରାଯିବ। ଏହି ଯନ୍ତ୍ର ସାଧାରଣ ବାୟୁମଣ୍ଡଳରୁ ଅମ୍ଲଜାନ ସଂଗ୍ରହ କରି ରୋଗୀଙ୍କୁ ସିଧାସଳଖ ଅମ୍ଲଜାନ ଯୋଗାଇ ଦେଇଥାଏ ବୋଲି ଡା. ପଟେଲ କହିଛନ୍ତି। ଏହି ଅମ୍ଲଜାନ କନସେଟ୍ରେଣ୍ଟର ଗୁଡିକର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଉର୍ଦ୍ଧ ବୋଲି ଜଣାପଡିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories