www.samajalive.in
Wednesday, December 10, 2025
26.1 C
Bhubaneswar

ସମ୍ବଲପୁରୀ ଦିନର ସଂକଳ୍ପ ଏବେ ଆନ୍ଦୋଳନରେ ପରିଣତ ହୋଇଛି – ପଶ୍ଚିମାଞ୍ଚଳ ଏକତା ମଞ୍ଚ

ସମ୍ବଲପୁର: ସମ୍ବଲପୁରର ଭାରତୀ ସମାଜ ପକ୍ଷରୁ ୧୦ ବର୍ଷ ପୂର୍ବେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ସମ୍ବଲପୁରୀ ଦିନର ନିଷ୍ପତ୍ତି ଏବେ ଆନ୍ଦୋଳନରେ ପରିଣତ ହୋଇ ସାରିଛି ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏବେ ଏହା ପଶ୍ଚିମା ଞ୍ଚଳ ବାସୀଙ୍କ ଅସ୍ମିତାର ଦିନ ଭାବରେ ଗ୍ରହଣୀୟ ହୋଇ ଚାଲିଛି। ୨ ବର୍ଷ କରୋନା ମହାମାରୀ ପରିସ୍ଥିତି ପରେ ଚଳିତ ବର୍ଷ ପୁଣି ଥରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଖୋଲା ମଞ୍ଚରେ ସମ୍ବଲପୁରୀ ଦିନ ଆଗାମୀ ଅଗଷ୍ଟ ୧ ରେ ପାଳିତ ହେବ। ସ୍ଥାନୀୟ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ ଦିନ ର ପ୍ରାକ ପ୍ରସ୍ତୁତି ବିଷୟରେ ସୂଚନା ଦିଆଯାଇଛି।

ମଞ୍ଚ ତରଫରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇ ଆସୁଛି। ଗୁରୁ ସତ୍ୟନାରାୟଣ ବହିଦାର ସାରା ଜୀବନ ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ସହିତ ସାଧକ, କବି ଓ କଳାକାର ମାନଙ୍କୁ ଏକଜୁଟ କରିବା ପାଇଁ ଉଦ୍ୟମ କରିଥିଲେ। ଚଳିତ ବର୍ଷ ସମ୍ବଲପୁରୀ ଦିନର ଆୟୋଜନ ପାଇଁ ସମ୍ବଲପୁରର ବହୁ ସଙ୍ଗଠନ ଓ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରାଯାଇଛି। ଗତ ୨୪ ତାରିଖରେ ତମନ୍ନା ଫାଉଣ୍ଡେସନ ପକ୍ଷରୁ ରଙ୍ଗୋଲି, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆଗାମୀ ୩୦ ତାରିଖରେ ସମ୍ବଳ ଅନୁଷ୍ଠାନ ପକ୍ଷରୁ ଏକ ବାଇକ ରାଲ, ୧ ତାରିଖ ସକାଳ ସମୟରେ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ପକ୍ଷରୁ ସମ୍ବଲପୁରୀ କୁଇଜ ପ୍ରତିଯୋଗୀତା, ପ୍ରୟାସ ପରିବାର ପକ୍ଷରୁ ରକ୍ତଦାନ ଶିବିର ସମ୍ବଲପୁର ଠାରେ ଅନୁଷ୍ଠିତ ହେବ। ସେହିପରି ଚଳିତ ବର୍ଷ ଓଡ଼ିଶାର ୩୦ରୁ ଉର୍ଦ୍ଧ ସ୍ଥାନରେ ସମ୍ବଲପୁରୀ ଦିନ ଆୟୋଜିତ ହେବ। ସମ୍ବଲପୁର ଠାରେ ଜେଲ ଛକରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜିତ ହେବ। ସେହିପରି ଝାରସୁଗୁଡା, ସୁନ୍ଦରଗଡ଼ ଓ ବରଗଡ଼ରେ ଭବ୍ୟ ରୂପେ ସମ୍ବଲପୁରୀ ଦିନ ପାଳିତ ହେବ।

- Advertisement -

ସମ୍ବଲପୁର ଠାରେ ସକାଳ ୧୦ଟାରୁ ସମ୍ବଲପୁରୀ କବିତା ପାଠ ପରେ ଦିନ ୧ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜିଲା ଓ ଜିଲା ବାହାରୁ ସାଂସ୍କୃତିକ ଦଳ ମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବେ। ସମ୍ବଲପୁରୀ ଦିନ ପାଇଁ ଫଟୋ ପ୍ରତିଯୋଗୀତାର ଆୟୋଜନ କରାଯିବ ଏବଂ ଏହାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ। ଚଳିତ ବର୍ଷ କୁମ୍ଭାରୀ ଗ୍ରାମର ସମ୍ବଲପୁରୀ ସଙ୍ଗଠକ ଏବଂ ଗୁରୁ ଭାଗବତ ପ୍ରଧାନଙ୍କୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏଥି ସହ ସୋନପୁରର ଗଦାଧର ବେରିହା ଙ୍କୁ ମଧ୍ୟ ସମ୍ମାନୀତ କରାଯିବ। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ ଦିନ ସଂଯୋଜକ ଡ. ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ, ଲଳିତ ମୋହନ ବେବର୍ତ୍ତା, ଗୁଣ ରଞ୍ଜନ ସାଲିମା, କାନ୍ତି ମେହେର, ଦେବାଶିଷ ବେହେରା, କମଳ ଷଡଙ୍ଗୀ, ଡ. ସ୍ୱୟଂ ପ୍ରକାଶ ପଣ୍ଡା, ସୁରେନ୍ଦ୍ର ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories