ଡେସ୍କ: ରୋଟାରୀ କ୍ଲବ କଟକ ମହାନଦୀ ର ଅଧିଷ୍ଠାନ ଉତ୍ସବ କଟକ ମହତାବ ରୋଡସ୍ଥିତ ଶ୍ରୀଜଗନ୍ନାଥ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶୀଷ ମହାପାତ୍ର ମୁଖ୍ୟ ଅତିଥି ଓ କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ବିଦ୍ୟୁତ୍ କୁମାରୀ ଲାଲା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଜିଲ୍ଲା ଗଭର୍ଣ୍ଣର ରୋଟରିଆନ ମହାପାତ୍ର ରୋଟାରୀ ମାଧ୍ୟମରେ ବୃକ୍ଷ ରୋପଣକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ରୋଟାରୀଆନମାନେ ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ଅନୁରୋଧ କରିଥିଲେ।
ରୋଟାରିଆନ ସୁଜାତା ମହାପାତ୍ର କ୍ଲବର ନୂତନ ସଭାପତି ଭାବେ ପୁର୍ବତନ ସଭାପତି ରାଜଲକ୍ଷ୍ମୀ ପାତ୍ରଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। କ୍ଲବର ନୂତନ ସେକ୍ରେଟାରୀ ସି. କେ. ଭାଗ୍ୟଶ୍ରୀ ପୁରାତନ ସେକ୍ରେଟାରୀ ଲଳିତ କୁମାର ରାଉତଙ୍କ ଠାରୁ ଦାୟିତ୍ଵ ନେଇଥିଲେ। ଏହି ଉତ୍ସବରେ ପୁର୍ବତନ ଜିଲ୍ଲା ଗଭର୍ଣ୍ଣର ଅଶୋକ ବିହାରୀ ମହାପାତ୍ର, ସୌମ୍ୟ ରଞ୍ଜନ ମିଶ୍ର ଓ ଅନେକ ରୋଟରିଆନ ଯୋଗ ଦେଇଥିଲେ। ରୋଟରିଆନ ଅଙ୍କିତ ଭୂତ୍, ନଟବର ପଣ୍ଡା, ସଞ୍ଜୟ ଛାପୋଲିଆ, ସରିତା ମିଶ୍ର,ସବିତା ପରିଡ଼ା, ପ୍ରତିମା ଦାସ, ଆଲୋକେଶ ମହାପାତ୍ର, ସଂଯୁକ୍ତା ପାତ୍ର ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।



