ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଆଦେଶ ବଳରେ ତାଙ୍କର ବାସଭବନରେ ଚାଲିଛି ଭିଜିଲାନ୍ସ ରେଡ୍ । ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ସମ୍ବଲପୁର ସହରର ଗ୍ରୀନ ପାର୍କ ରେସିଡେନ୍ସି ଠାରେ ଥିବା ସୁନିଲ ପଣ୍ଡାଙ୍କ ୨୦୩ ଓ ୨୦୧ ନମ୍ବର କୋଠାରେ ଭିଜିଲାନ୍ସ ଚଡାଉ ଆରମ୍ଭ କରିଛି । ଏହି ଚଡାଉ ସମୟରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ୨ ଡିଏସପି, ୯ ଇନିସପେକ୍ଟର ଓ ୨ ଏସଆଇ ଏହି ରେଡରେ ସାମିଲ ହୋଇଛନ୍ତି । ଏଥିସହ ରେଡରେ ତାଙ୍କ ବାସଭବନରେ ସମ୍ବଲପୁର ଭିଜିଲାନ୍ସକୁ ବହୁ ନଗତ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିବା ବେଳେ ଭିଜିଲାନ୍ସ ରେଡ ପରେ ପ୍ରକୃତ କେତେ ପରିମାଣର ଆୟ ବହିର୍ଭୂତ ସଂପତ୍ତି ସୁନିଲ କୁମାର ପଣ୍ଡା ଠୁଳ କରିଥିଲେ ତାହା ଜଣାପଡିବ । ଏଥିସହ ଭୁବନେଶ୍ୱର ଖଣ୍ଡଗିରି ଠାରେ ମଧ ସମାନ ଧରଣର ରେଡ ଚାଳିଥିବା ସୂଚନା ମିଳିଛି ।
Popular Categories



