www.samajalive.in
Wednesday, December 10, 2025
18.1 C
Bhubaneswar

ଆଉ ୫୪ଟି ଚାଇନିଜ ଆପ୍‍ ରଦ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପୁଣି ଥରେ ଦେଶରେ ରଦ୍ଦ ହେଲା ଚାଇନିଜ୍‍ ଆପ। କେନ୍ଦ୍ର ସରକାର ଏଥର ପ୍ରାୟ ୫୪ଟି ଚାଇନିଜ୍‍ ଆପ୍‍ ରଦ୍ଦ କରିଛନ୍ତି। ସମସ୍ତ ଆପ୍‍ ଗୁଡିକର ତାଲିକା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ପଡିନାହିଁ। ମାତ୍ର ସରକାର ସେହି ୫୪ଟି ଆପ୍‍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏହି ଆପ୍‍ ରଦ୍ଦ କରିଛନ୍ତି। ଏହି ସମସ୍ତ ଆପ ଚୀନ ଓ ଅନ୍ୟ ଦେଶମାନଙ୍କୁ ଭାରତୀୟ ବ୍ୟବହାରକାରୀଙ୍କ ଡାଟା ପଠାଉଥିଲେ। ଆପ୍‍ ଗୁଡିକୁ ବ୍ୟାନ୍‍ କରିବା ପାଇଁ ଗୁଗଲ ପ୍ଲେ-ଷ୍ଟୋରକୁ ଆଦେଶ ଦିଆଯାଇଛି। ଏହି ଆପ୍‍ ଗୁଡିକ ସେହି ଆପ୍‍, ଯାହା ୨୦୨୦ରେ ରଦ୍ଦ ହୋଇଥିବା ଆପ୍‍ ର ନୂଆ ରୂପରେ ଆସିଥିଲା।
ଏହି ଆପ୍‍ ମଧ୍ୟରେ ସୁଇଟ ସେଲ୍ଫି ଏଚଡି, ବିଉଟି କ୍ୟାମେରା-ସେଲଫି କ୍ୟାମେରା ଆପ୍‍ , ଆପଲକ୍‍, ଇକ୍ୟୁଲାଇଜର ଓ ବାସ୍‍ ବୁଷ୍ଟର,ଡୁଆଲ ସ୍ପେସ୍‍ , କ୍ୟାମ୍‍ କାର୍ଡ, ଭାଇଭା ଭିଡିଓ ଏଡିଟର ( Beauty Camera: Sweet Selfie HD, Beauty Camera – Selfie Camera, Equalizer & Bass Booster, CamCard for SalesForce Ent, Isoland 2: Ashes of Time Lite, Viva Video Editor, Tencent Xriver, Onmyoji Chess, Onmyoji Arena, AppLock, Dual Space Lite ) ଆଦି ଆପ୍‍ ରହିଛି।
ସୂଚନା ଯୋଗ୍ୟ, ୨୦୨୦ରେ ମଧ୍ୟ କେନ୍ଦ୍ର ସରକାର ପ୍ରାୟ ୨୫୦ରୁ ଅଧିକ ଚାଉନିଜ୍‍ ଆପ ରଦ୍ଦ କରିଥିଲେ। ସେଥିରେ ଟିକଟକ ଭଳି ଆପ୍‍ (TikTok, Shareit, WeChat, Helo, Likee, UC News, Bigo Live, UC Browser, ES File Explorer , Mi Community )ସାମିଲ ଥିଲା।

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories