www.samajalive.in
Monday, December 8, 2025
24.1 C
Bhubaneswar

ପୁଲୱାମା ଆକ୍ରମଣକୁ ତିନି ବର୍ଷ ; ଲେଥପୋରାରେ ସହିଦ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଶ୍ରୀନଗର : ପୁଲୱାମା ଆକ୍ରମଣକୁ ପୁରିଛି ତିନି ବର୍ଷ। ଇତିହାସର ପୃଷ୍ଠାରେ କଳାଦିବସ ଫେବ୍ରୁଆରୀର ସେହି ୧୪ ତାରିଖ। ଆଜି ପୁଲୱାମା ଆକ୍ରମଣର ୩ୟ ବର୍ଷରେ ଲେଥପୋରା ସ୍ଥିତ ସିଆରପିଏଫ କ୍ୟାମ୍ପରେ ସହିଦ୍‍ ହୋଇଥିବା ୪୦ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଯବାନ,ଅଧିକାରୀ ଓ ଅନ୍ୟ ବୀର ଯବାନଙ୍କୁ ସ୍ମରଣ କରାଯାଇଛି। ସଭିଏଁ ଆତଙ୍କବାଦକୁ ଶେଷ କରିବାକୁ ସଙ୍କଳ୍ପ ନେଇଛନ୍ତି।। ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶ କଦାପି ବୀର ଯବାନଙ୍କ ଏହି ବଳିଦାନକୁ ଭୁଲି ପାରିବ ନାହିଁ। ସୋମବାର ହୋଇଥିବା ଏହି ସମାରୋହରେ ବହୁ ବରିଷ୍ଠ ଅଧିକାରୀ ସାମିଲ ରହିଥିଲେ।
୧୪ ଫେବ୍ରୁଆରୀ ୨୦୧୯ରେ ହୋଇଥିବା ଏହି ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ସେହିଦିନ ଉକ୍ତ ରାସ୍ତାରେ ଗାଡିରେ ପ୍ରାୟ ୨୫୦୦ ଯବାନ ଯାଉଥିଲେ।
ପୁଲୱାମା ଆକ୍ରମଣର ତୁରନ୍ତ ପରେ ଭାରତୀୟ ବାୟୁ ସେନା ୨୬ ଫେବ୍ରୁଆରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ଶିବିରକୁ ନଷ୍ଟ କରିଥିଲା।

 

- Advertisement -

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories