www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲୱାମା ହମଲାକୁ ପୂରିଲା ୩ ବର୍ଷ, ମନେ ପକାଉଛି ସାରା ଦେଶ

ନୂଆଦିଲ୍ଲୀ: ୨୦୧୯ ମସିହା ଫେବ୍ରୁଆରୀ ୧୪ ତାରିଖ । ଦେଶକୁ ଥରାଇଦେଇଥିଲା ଏହି ଦିନ । କାରଣ ଏହି ଦିନ ପୁଲୱାମାରେ ଆତଙ୍କବାଦୀ ରଚିଥିଲେ ବର୍ବରତା । ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୪୦ ବୀର ଯବାନ ସହିଦ ହୋଇଥିଲେ । ଆକ୍ରମଣକାରୀମାନଙ୍କ ବିସ୍ଫୋଟକ ଭର୍ତ୍ତି କାର୍‍ ଯବାନଙ୍କ ବସକୁ ଧକ୍କା ଦେଇଥିଲା ।  ଫଳରେ ବହୁତ ବଡ଼ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସହିଦ ହୋଇଥିବା ଯବାନଙ୍କ ମରଶରୀର ଚିହ୍ନିବା ବି କଷ୍ଟକର ହୋଇଥିଲା । ଖାଲି ସେତିକି ନୁହେଁ ଏହି ବିସ୍ଫୋରଣ ପରେ ଆତଙ୍କବାଦୀମାନେ ଗୁଳି ମଧ୍ୟ ଚଳାଇଥିଲେ । ଏହି ଘଟଣା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଘଟଇଥିବା କୁହାଯାଇଥିଲା ।

ଏହି ଘଟଣାକୁ ଆଜି ୩ ବର୍ଷ ପୂରଣ କରିଛି । ତଥାପି ଲିଭିନି ଅତୀତର ସେହି କଳାଦାଗ । ଯବାନଙ୍କ ପରିବରର ଆଖିରୁ ସୁଖିନି ଲୁହ । କୋହ ଭରାକଣ୍ଟରେ ମନେ ପକାଉଛନ୍ତି ପତ୍ନୀ । ଗୁମୁରିଗୁମୁରି କାନ୍ଦୁଛି ମା’ । ୨୦୧୯ ଫେବ୍ରୁଆରୀ ୧୪ ତାରିଖ ଦିନ ପୁଲଓ୍ୱାମା ରାଜପଥ ଉପରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ବିସ୍ଫୋଟକ ବୋଝେଇ ଗାଡ଼ି ସହ ଆତ୍ମଘାତୀ ଆକ୍ରମଣ କରିଥିଲା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆତଙ୍କବାଦୀ। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଯବାନ ଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ  କଟକ ନିଆଳିରୁ ମନୋଜ କୁମାର ବେହେରା।

- Advertisement -

ଆକ୍ରମଣ ପରେ ଭାରତ ପକ୍ଷରୁ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇଥିଲା । ପାକିସ୍ତାନକୁ ଉଚିତ୍‍ ଜବାବ ଦେଇଥିଲା ଭାରତ । ପାକକୁ କଡ଼ା ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାକୁ ସ୍ୱତନ୍ତ୍ରତା ଦେଇଥିଲେ । ପରେ ପୁଲୱାମାର ବଦଲା ନେଇଥିଲା ଭାରତୀୟ ବାୟୁ ନେଲା । ଫେବ୍ରୁଆରୀ ୨୬ ଓ ୨୭ ତାରିଖ ରାତିରେ ଭାରତ ପକ୍ଷରୁ ବାଲାକୋର୍ଟରେ ଏୟାର ଷ୍ଟ୍ରାଇକ୍‍ କରାଯାଇଥିଲା । ପରେ ପାକିସ୍ତାନ ମଧ୍ୟ ତାର ଲଢ଼ୁଆ ବିମାନ ଏଫ-୧୬ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଥଲା । ହେଲେ ଭାରତ ପାକର ବିମାନକୁ ଖସାଇବାରେ ସକ୍ଷମ ହେବା ସହ ମିଗ୍-୨୧ରୁ ଖସି ପଡ଼ିଥିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ପରେ ଅଭିନନ୍ଦନଙ୍କୁ ପାକ୍‍ କାବୁ କରିଥିଲା । ତାଙ୍କୁ କିଛି ଦିନ ରଖିବା ପରେ ଛାଡ଼ିବାକୁ ବାଧ୍ୟ ହୋଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories