ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ସୁରପ୍ରତାପପୁର ଗ୍ରାମର ଜଣେ ମହିଳା ସୋମବାର ପୂର୍ବାହ୍ନ ରେ ନିଆଁ ପୁଇଁ ହେଉଥିବା ବେଳେ ପଡିହୋଇ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି l ସେ ହେଲେ ଗ୍ରାମର ଅଜିତ ରାଉତଙ୍କ ପତ୍ନୀ ସୀମା ରାଉତ l କାମାକ୍ଷାନଗର ଅଂଚଳରେ ଶୀତର ଲହରୀ ଜାରି ରହିଥିବା ବେଳେ ସୀମା ପୂର୍ବାହ୍ନରେ ନିଆଁ ପୁଇଁ ହେଉଥିଲେ l ଅସାବଧାନତା ଯୋଗୁଁ ସୀମାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା l ଫଳରେ ସୀମାଙ୍କ ଦେହରେ ନିଆଁ ଲାଗିଯାଇଥିଲା l ପରିବାର ଲୋକେ ତୁରନ୍ତ ନିଆଁ ଲିଭାଇବା ପରେ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଅବସ୍ଥା ଗୁରୁତର ହେବାରୁ ସୀମାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ସୀମାଙ୍କ ଦେହ ୭୦ ଭାଗ ପୋଡ଼ିଯାଇଛି l
Popular Categories



