www.samajalive.in
Saturday, December 13, 2025
14.1 C
Bhubaneswar

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ସମ୍ବଲପୁରରେ ମିନି କ୍ରୀଡା ମହୋତ୍ସବ

ସମ୍ବଲପୁର : ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ସମ୍ବଲପୁର ଠାରେ ସୋମବାର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଭୁବନେଶ୍ୱର ସମ୍ଭାଗର ଏକ ଦିବସୀୟ ସଙ୍କୁଳ ସ୍ତରୀୟ ମିନି କ୍ରିଡା ଉତ୍ସବ ଆୟୋଜିତ ହୋଇଯାଇଛି। କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରାଚାର୍ଯ୍ୟ ରଣରଞ୍ଜୟ ସିଂହ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଓ ଅନ୍ୟଅତିଥି ମାନେ ଦୀପ ପ୍ରଜ୍ୱଳନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯିବା ପରେ ଅତିଥି ମାନଙ୍କୁ ଚାରା ଅର୍ପଣ କରି ସବୁଜ ସ୍ୱାଗତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ଓ ଯୋଗ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକ ଚକ୍ରଧର ଦେହୁରୀ ଆଲୋକପାତ କରିଥିଲେ। ପ୍ରତିଯୋଗିତାରେ ୧୦୦ ମିଟର ଦୌଡ, ୮୦ ମିଟର ଦୌଡ, ବସ୍ତା ଦୌଡ, ଲମ୍ବ ଡିଆଁ, ବାଟି ଚାମଚ, ଟେନିସ ବଲ ଫିଙ୍ଗା, କବାଡି ଇତ୍ୟାଦି ଖେଳ ଆୟୋଜିତ ହୋଇଥିଲା। ଭୁବନେଶ୍ୱର ସମ୍ଭାଗର ୪ଟି କେନ୍ଦ୍ରୀୟ ବିଦ୍ୟାଳୟର ୨୨୪ ଜଣ ପ୍ରତିଭାଗୀ ସହିତ ୧୬ ଜଣ ଅନୁରକ୍ଷଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ – ୧ ସମ୍ବଲପୁର ଚାମ୍ପିୟନ ହୋଇଥିଲା। ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ଗୀତାଞ୍ଜଳି ପଣ୍ଡା ଓ ସେତୟ ପଧାନ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗିତାକୁ ପ୍ରାଥମିକ ବିଭାଗ ଖେଳ ପ୍ରଭାରୀ ସୁଦାମ ଚରଣ ଭୋଇ ଏବଂ ସମସ୍ତ ପ୍ରାଥମିକ ଶିକ୍ଷକ-ଶିକ୍ଷୟତ୍ରୀ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପ ପ୍ରଚାର୍ଯ୍ୟ ବଳରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories