www.samajalive.in
Monday, December 8, 2025
13.1 C
Bhubaneswar

କରୋନା କଟକଣା ଉଲ୍ଲଙ୍ଘନ: ତଥ୍ୟ ଲୁଚାଇବା ଏବଂ ହୋମ କ୍ବାରେଣ୍ଟାଇନରୁ ବାହାରି ବାହାରେ ବୁଲୁଥିବା ଦୁଇଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ବୁର୍ଲା : ସାରା ପୃଥିବୀ ବାସୀଙ୍କୁ କରୋନା ଭୟଭିତ କରି ରଖିଥିବା ବେଳେ ଓଡିଶାରେ ମଧ୍ୟ ଏହାର ନିରାକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଛି। ଯେକୌଣସି ବ୍ୟକ୍ତି ବିଦେଶ ବା ଅନ୍ୟ ରାଜ୍ୟ ବାହାରୁ ଆସୁଛନ୍ତି ତାଙ୍କ ନାମ ଏବଂ ଠିକଣା ପଞ୍ଜିକରଣ କରିବାକୁ ସରକାର ନିୟମ ଲାଗୁ କରିଛନ୍ତି। ମାତ୍ର ଯଦିବା କେହି ଏହି ନିୟମକୁ ଉଲ୍ଲଘଂନ ବା ଖିଲାପି କରନ୍ତି ତାଙ୍କ ବିରୁଦ୍ଧରେ ଆଇନ ମୁତାବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିୟମ ଜାରି କରା ଯାଇଛି। ସେପଟେ କେତେକ କ୍ଷେତ୍ରରେ ଯେଉଁ ମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ବିଶେଷଜ୍ଞ ଡ଼ାକ୍ତର ପରାମର୍ଶ ଦିଆଯାଇଛି ସେମାନେ ନିର୍ଦ୍ଧାରିତ ଦିନରୁ ଯଦି ହୋମ କ୍ବାରେଣ୍ଟାଇନରୁ ବାହାରି ବାହାରେ ଖୋଲାରେ ବୁଲନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦଣ୍ଡ ବିଧାନର ବ୍ୟବସ୍ଥା ରହିଥିବା ଉଲ୍ଲେଖ ରହିଛି।

ଏପରି ସ୍ଥିତିରେ ବୁର୍ଲା ଅଞ୍ଚଳରେ ଆଜି ଚର୍ଚ୍ଚାର ପରିସର ଭୁକ୍ତ ହୋଇଥିଲା ଦୁଇଟି ଘଟଣା । ଆଜି ବୁର୍ଲା ପୁଲିସ ଏହିପରି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୁଇଜଣ ବ୍ୟକ୍ତି ବିଶେଷଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ ସୂଚନାଯାୟୀ ବୁର୍ଲା ଥାନା ଅଞ୍ଚଳର ଜନୈକ ବ୍ୟବସାୟି ଚଳିତ ମାସ ଦ୍ୱିତୀୟ ସପ୍ତାହରେ କାଜାଖାସ୍ଥାନରୁ ନିଜ ଘରକୁ ଫେରିଥିବା ବେଳେ ତୁରନ୍ତ ତାଙ୍କ ନାମ ପଞ୍ଜିକରଣ ନ କରି ଆଜି ପଞ୍ଜିକରଣ କରିଥିଲେ। ଫଳରେ କୋଭିଡ-୧୯ ସରକାରୀ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବୁର୍ଲା ପୁଲିସ ଉକ୍ତ ଯୁବକଙ୍କ ନାମରେ କେସ ନମ୍ବର ୧୬୫/୨୦୨୦ ଧାରା ୧୮୮/୨୬୯/୨୭୦/୨୭୧ ଆଇପିସିରେ ମାମଲା ରୁଜୁ କରିଛି।

- Advertisement -

ସେହିପରି ଅନ୍ୟ ଜଣେ ବ୍ୟକ୍ତି ହୋମ କ୍ବାରେଣ୍ଟାଇନରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ରହିଥିଲେ। ମାତ୍ର ସେ ହୋମ କ୍ବାରେଣ୍ଟାଇନରୁ ବାହାରି ବାହାରେ ବୁଲୁଥିବା ନେଇ ପୁଲିସ ଖବର ପାଇବା ପରେ ତାଙ୍କୁ ହୋମ କ୍ବାରେଣ୍ଟାଇନ ମଧ୍ୟରେ ରହିବାକୁ ତାଗିଦ କରିବା ସହିତ ତାଙ୍କ ବିରୁଦ୍ଧରେ ୧୬୪/୨୦୨୦ ମାମଲା ଧାରା୧୮୮ ଆଇପିସିରେ ମାମଲା ରୁଜୁ କରାଯାଇଥିବା ବୁର୍ଲା ଥାନାଧିକାରୀ ବିଭୁତି ଭୂଷଣ ଭୋଇ ସୂଚନା ଦେଇଛନ୍ତି। ତେବେ ଏହି ଦୁଇ ଘଟଣାକୁ ନେଇ ଉଭୟ ଜିଲ୍ଲା ପ୍ରଶାସନକରେ ସତ୍ପରତା ଦେଖା ଦେବା ସହିତ ବୁର୍ଲା ସହରରେ ବାସବାସ କରୁଥିବା ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଲିଯାଇଛି। ତେବେ ଏଭଳି ବ୍ୟକ୍ତିବିଶେଷଙ୍କୁ ଉଚିତ ବ୍ୟବସ୍ତା ମଧ୍ୟରେ ରଖାଯିବା ସହିତ କୌଣସି ବାହାର ଦେଶରୁ ସହରକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ ଯେ କେହି ମଧ୍ୟ ଅବଗତ ହେବା ମାତ୍ରେ ତୁରନ୍ତ ଭିମସାର ଏବଂ ପୁଲିସ ବ୍ୟବସ୍ତାକୁ ଅବଗତ କରାଯିବା ପାଇଁ ଅନୁରୋଧ କରାଯାଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories