କଟକ : ସୋମବାର ଡିଜିପି ଅଭୟ ରାଜ୍ୟର ନକ୍ସଲ ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। କଟକ ପୁଲିସ ମୁଖ୍ୟାଳୟରୁ ଡିଜିପି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନକ୍ସଲ ପ୍ରଭାବିତ ଜିଲାମାନଙ୍କର ଏସଏସପି, ରେଞ୍ଜ ଡିଜି/ଆଇଜି,ଗୁଇନ୍ଦା ନିର୍ଦେଶକ, ଆଇଜିପି ଏବଂ ଡିଆଇଜିଙ୍କ ସହ ସ୍ତିତିର ସମୀକ୍ଷା କରିଥିଲେ। ଗତକାଲି ଓଡିଶା ସୀମାନ୍ତ ଛତିଶଗଡରେ ନକ୍ସଲ ଆକ୍ରମଣରେ ୧୭ ଜଣ ଯବାନ ସହିଦ ହେବାପରେ ନିଜ ଅଞ୍ଚଳର ସମୀକ୍ଷା କରିଛନ୍ତି ଡିଜିପି। ଏହି ବୈଠକରେ ନିକଟ ଭବିଷ୍ୟତ ପାଇଁ ରଣନୀତି ଏବଂ କୌଶଳ ପ୍ରସ୍ତୁତ କରାଯାଇଛି।
Popular Categories



