www.samajalive.in
Thursday, December 11, 2025
16.1 C
Bhubaneswar

ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ

ବାଙ୍କୀ: ବାଙ୍କୀ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସାହାଡାପଦା ଉପସେବା କେନ୍ଦ୍ର ପକ୍ଷରୁ ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ସମାବେଶ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉପସେବା କେନ୍ଦ୍ର ସଞ୍ଚାଳିକା ରୀନା ଭଉଣୀଙ୍କ ପରିଚାଳନାରେ ଶିବ ଶକ୍ତି ଭବନ ପରିସରରେ ଆୟୋଜିତ ଆଧ୍ୟାତ୍ମିକ ସମାବେଶରେ ବାଙ୍କୀ ବରିଷ୍ଠ ନାଗରିକ ସଂଘର ବହୁ ସଦସ୍ୟ ଯୋଗଦାନ କରି ସୁଖଃଦ ଜୀବନ ଜାପନ କରିବାର ଶୈଳୀ ସମ୍ପର୍କରେ ଚିନ୍ତନ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ରାଜଯୋଗିନୀ ଦୁର୍ଗେଶନନ୍ଦିନୀ ସମାବେଶର ଆଭିମୁଖ୍ୟ ଏବଂ ବରିଷ୍ଠ ନାଗରିକ ମାନେ ପରିଣତ ବୟସରେ ସୁଖଃଦ ଜୀବନ ଜାପନ କରିବାର ଶୈଳୀ ସମ୍ପର୍କରେ ଆଲୋକପାତ କରି ଈଶ୍ୱରୀୟ ସୁଖ ଗ୍ରହଣ ପାଇଁ ଆଲୋକପାତ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡଃ. ନିରଞ୍ଜନ କର, ଇଂ. ଅଭୟ ଭାଇ, ଗୋପୀମୋହନ କର, ବିରଞ୍ଚି ନାରାୟଣ ଦାସ ପ୍ରମୁଖ ସାମୁହିକ ପ୍ରଦୀପ ଜାଳି କାର୍ଯ୍ୟକ୍ରମର ଶୁଭ ଉଦ୍ଦ୍‍ଘାଟନ କରିଛନ୍ତି। ବ୍ରହ୍ମାକୁମାର ମନୋରଞ୍ଜନ ଭାଇ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। କୁନି ଭଉଣୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବରିଷ୍ଠ ନାଗରିକ ସଂଘର ସଭାପତି ବିରଞ୍ଚି ନାରାୟଣ ଦାସ ଓ ଗୋପୀମୋହନ କରଙ୍କୁ ଉତ୍ତୋରୀୟ ଓ ମୁକୁଟ ପିନ୍ଧାଇ ସମ୍ପର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଉପସେବା କେନ୍ଦ୍ରର ସମସ୍ତ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ମାନେ ଉପସ୍ଥିତ ରହି ଆଧ୍ୟାତ୍ମିକ ସମାବେଶ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories