www.samajalive.in
Sunday, December 7, 2025
13.1 C
Bhubaneswar

ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର : ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏହାର ଦୃଢ ନିନ୍ଦା କରିଛି ଓଡିଶା ସାମ୍ବାଦିକ ସଂଘ। ସୋମବାର ରାତିରେ ବଲାଙ୍ଗିରଠାରେ ଦୈନିକ ସମାଜର ପ୍ରସାରଣ ବିଭାଗର ବିଡିଇ ପ୍ରତାପ ମହାପାତ୍ରଙ୍କୁ କିଛି ଦୁର୍ବୃତ୍ତ ଲୁଟ କରିବା ସହ ଛୁରି ଭୁସି ହତ୍ୟା କରିଛନ୍ତି।
ରାତିରେ ପ୍ରସାରଣ ସଂପର୍କରେ ଖବର ବୁଝି ସେ ସୋନପୁରରୁ ବଲାଙ୍ଗିର କାର୍ଯ୍ୟାଳୟକୁ ଫେରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ରେଳଷ୍ଟେସନ ରୋଡରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ପଛରେ କିଛି ନିଶାଖୋର ଯୁବକଙ୍କ ହାତ ଥିବା କୁହାଯାଉଛି। ଯଦିଓ ପୁଲିସ୍‌ ସନ୍ଦେହରେ ୩ ଜଣଙ୍କୁ ଥାନାରେ ଅଟକ ରଖିଛି। କିନ୍ତୁ ସେମାନଙ୍କୁ ଗିରଫ କରାଯାଇନାହିଁ। ତେଣୁ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି। ସଂଘର ସଭାପତି ପ୍ରଭାତ ଦାଶ, ଉପସଭାପତି ଅଶୋକ ନନ୍ଦ, ସାଧାରଣ ସଂପାଦକ ଶଶିଭୂଷଣ ପ୍ରହରାଜ ପ୍ରମୁଖ ତୁରନ୍ତ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।


ଏହା ସହିତ ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ପୁଲିସ୍‌ ଓ ପ୍ରଶାସନ ଧ୍ୟାନ ଦେବାକୁ ଦଂଘ ଦାବି କରିଛି। ତା’ ହେଲେ ସଂଘ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ସଭାପତି କହିଛନ୍ତି। ସେହିପରି ବଲାଙ୍ଗିର ଜିଲା ସଂଘ ପକ୍ଷରୁ ଏସ୍‌ପିଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଭୁବନେଶ୍ୱରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସଭାପତି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଏହି ବୈଠକରେ ଅର୍ଜ୍ଜୁନ ପଟ୍ଟନାୟକ, କୌସ୍ତୁବ ଦାସ, ରାଜେଶ ଗୁପ୍ତା, ଅରୁଣ ଷଡଙ୍ଗୀ, ବଲାଙ୍ଗିର ସଂଘ ସଭାପତି ଦୀପକ ପୁରୋହିତ, ସାଧାରଣ ସଂପାଦକ କୃଷ୍ଣ ପାଣିଗ୍ରାହୀ, ସତ୍ୟ ବନ୍‌ଛୋର, ନିରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories