www.samajalive.in
Monday, December 8, 2025
14.1 C
Bhubaneswar

ସଚିନ୍‍ଙ୍କୁ ଟପିଲେ କୋହଲି

ରାଜକୋଟ : ସବୁଠାରୁ କମ୍‍ ଟେଷ୍ଟ ଇନିଂସରେ ୨୪ଟି ଶତକ ହାସଲ କରିବାରେ ବିଶ୍ୱରେ ୨ୟ ସ୍ଥାନରେ ପହଞ୍ଚିଛନ୍ତି ବିରାଟ କୋହଲି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ କୋହଲିଙ୍କ ୧୩୯ ରନ୍‍ ତାଙ୍କର ୨୪ତମ ଟେଷ୍ଟ ଶତକ। ଏହି କ୍ରମରେ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି। ସଚିନ୍‍ ୧୨୫ଟି ଟେଷ୍ଟ ଇନିଂସରେ ୨୪ତମ ଶତକ ହାସଲ କରିଥିବା ବେଳେ କୋହଲି ୨ଟି କମ୍‍ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। କେବଳ କ୍ରିକେଟ କିମ୍ବଦନ୍ତୀ ଡନ୍‍ ବ୍ରାଡ୍‍ମ୍ୟାନ୍‍ (୬୬ ଇନିଂସ) ବିରାଟ କୋହଲିଙ୍କଠାରୁ କମ୍‍ ଇନିଂସରେ ୨୪ଟି ଶତକ ହାସଲ କରିଛନ୍ତି। ୨୪ଟି ଟେଷ୍ଟ ଶତକରେ ପହଞ୍ଚିବା ପାଇଁ ସଚିନ ୧୨୫ଟି ଇନିଂସ ନେଇଥିବା ବେଳେ ସୁନୀଲ ଗାଭାସ୍କର ୧୨୮ ଓ ମାଥ୍ୟୁ ହେଡନ୍‍ ୧୩୨ ଇନିଂସରେ ଏହି କୃତିତ୍ୱ ହାସଲ କରିଥିଲେ।
୨୪ଟି ଟେଷ୍ଟ ଶତକ ହାସଲକରି ଭାରତୀୟଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ଅଛନ୍ତି କୋହଲି। ସଚିନ ତେନ୍ଦୁଲକର (୫୧), ରାହୁଲ ଦ୍ରାବିଡ଼ (୩୬) ଓ ସୁନୀଲ ଗାଭାସ୍କର (୩୪) ପ୍ରଥମ ୩ଟି ସ୍ଥାନରେ ଅଛନ୍ତି। ଏହି ଇନିଂସରେ ଭାରତମାଟିରେ କୋହଲି ୩ ହଜାର ଟେଷ୍ଟ ରନ୍‍ ପାର କରିଛନ୍ତି। ଚଳିତବର୍ଷ ୧୦ମ ଟେଷ୍ଟରେ ଏହା କୋହଲିଙ୍କ ୪ର୍ଥ ଶତକ। ପୁଣି ଚଳିତ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ କୋହଲି ବିଶ୍ୱର ପ୍ରଥମ ବ୍ୟାଟ୍‍ସମ୍ୟାନ୍‍ ଭାବେ ୧ ହଜାର ରନ୍‍ ଅତିକ୍ରମ କରିଛନ୍ତି। ୨ୟ ସ୍ଥାନରେ ଥିବା ଜୋ ରୁଟ୍‍ ୭୧୯ ରନ୍‍ କରିଛନ୍ତି। ପୁଣି କ୍ରମାଗତ ୩ ବର୍ଷ କୋହଲି ଟେଷ୍ଟ କ୍ରିକେଟ୍‍ରେ ୧ ହଜାର ରନ୍‍ ପୂରଣ କରିଛନ୍ତି। ଏପରି କରିବାରେ କୋହଲି ବିଶ୍ୱର ୬ଷ୍ଠ ବ୍ୟାଟ୍‍ସମ୍ୟାନ୍‍ ଏବଂ ପ୍ରଥମ ଅଧିନାୟକ। ଏହାସହ ଚଳିତବର୍ଷ ୩ଟିଯାକ ଫର୍ମାଟକୁ ମିଶାଇ ବିରାଟ କୋହଲି ୧୯୧୩ ରନ୍‍ କରିଛନ୍ତି; ଯାହା ବିଶ୍ୱରେ ସର୍ବାଧିକ। ୨୦୧୬ ଓ ୨୦୧୭ରେ ମଧ୍ୟ କୋହଲି ସର୍ବାଧିକ ଆନ୍ତର୍ଜାତିକ ରନ୍‍ ସ୍କୋର କରିଥିଲେ। ପୁଣି ସମସ୍ତ ଫର୍ମାଟକୁ ମିଶାଇ କୋହଲି ୨୦୧୮ରେ ୩ଟି ଶତକ ହାସଲ କରିଛନ୍ତି। ୭୨ଟି ଟେଷ୍ଟମ୍ୟାଚ୍‍ ପରେ ସଚିନ ତେନ୍ଦୁଲକର ୨୧ଟି ଶତକ ସହ ୫୬୭୩ ରନ୍‍ କରିଥିବା ବେଳେ କୋହଲି ୨୪ଟି ଶତକ ସହ ୬୨୮୬ ରନ୍‍ ସ୍କୋର୍‍ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories