www.samajalive.in
Monday, December 8, 2025
24.1 C
Bhubaneswar

ସାଲେଭଟା ଘରଭଙ୍ଗା ଘଟଣା, ପୂର୍ବତନ ସାଂସଦ ବାଳଗୋପାଲଙ୍କ ଗିରଫ ଦାବି

ଜଙ୍ଗଲ ଜମି ଉପରେ ହକ ଜାହିର କଲା ଆଦିବାସୀ ସଂଘ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ସାଲେଭଟା ଦଳିତ ପରିବାରଙ୍କ ଘର ଭଙ୍ଗା ଘଟଣାକୁ ନେଇ ରାଜନୀତି ଏବେ ଜୋର ଧରିଛି। ଏହି ଘଟଣାକୁ ନେଇ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ର ଓ ଜିଲା ଆଦିବାସୀ କଲ୍ୟାଣ ସଂଘ ମୁହାଁମୁହିଁ ହୋଇଥିବା ବେଳେ ଏହି ଘଟଣା ଏବେ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି। ପୂର୍ବରୁ କ୍ଷତିଗ୍ରସ୍ତ ଦଳିତ ପରିବାରଙ୍କୁ ନେଇ ଆଲୋଚନା ହେଉଥିବା ବେଳେ ଏବେ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜଙ୍ଗଳ ଜମି ଉପରେ ନିଜର ହକ ଜାହିର କରିଛି।

ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ବାଳଗୋପାଲ- ଆଦିବାସୀ ସଂଘ

ଜଙ୍ଗଲ ଆଇନ ଅନୁସାରେ ଜହଙ୍ଗଳ ଜମି କେବଳ ଆଦିବାସୀମାନଙ୍କର ଓ ସେଠାରେ ସେମାନେ ଚାଷବାସ କରିପାରିବେ ବୋଲି କହିଛନ୍ତି। କିନ୍ତୁ ଗତ ଦୁଇ ଦିନ ତଳେ ଗାଈଖାଇ ଜଙ୍ଗଳର ସୁରକ୍ଷା ସ୍ଥାନୀୟ ବାସିନ୍ଦାଙ୍କ ହାତରେ ରହିଥିବା ବେଳେ ସେଠାରେ କାହାରି ହାକିମତି ଚାଲିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲଗୋପାଳ ମିଶ୍ର ଦାବି କରିଥିଲେ। ତେବେ ଏହି ଘଟଣାକୁ ଜିଲା ଆଦିବାସୀ କଲ୍ୟାଣ ସଂଘ ନିନ୍ଦା କରି ବାଲଗୋପାଳ ମିଶ୍ର ଓ ତାଙ୍କ ପୁଅଙ୍କ ଗିରଫଦାରି ଦାବି କରିଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories