www.samajalive.in
Sunday, December 7, 2025
13.1 C
Bhubaneswar

ମହଙ୍ଗା ପଡିଲା ଲୁଣ କଳାବେପାର ; ଲକ୍ଷେ ଟଙ୍କା ଜୋରିମାନା ଆଦାୟ

ପାଟଣାଗଡ : ସ୍ଥାନୀୟ ରାମଜୀଛକସ୍ଥିତ ଲକ୍ଷ୍ମୀ ଷ୍ଟୋରର ମାଲିକ ଲୁଣର କଳାବେପାର କରିବା ତାଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହାବୁଡରେ ସିଧା ଧରାପଡିବା ପରେ କଳାବେପାରୀଙ୍କଠାରୁ  ୧ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ସହରରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ସହରରେ ଗତ କିଛି ଦନ ଧରି ବିଭିନ୍ନ ସାମଗ୍ରୀର ବ୍ୟାପକ କଳାବଜାରୀ ଯୋଗୁଁ ସାଧାରଣ ଖାଉଟି ତଳିତଳାନ୍ତ ହେବାରେ ଲାଗିଥିଲେ। ପ୍ରଥମେ ଆଳୁ, ପିଆଜର ଅହେତୁକ ଦରବୃଦ୍ଧି ପରେ ବିଭିନ୍ନ ପାନ ମସଲା, ତେଲ ଇତ୍ୟାଦିର କୃତ୍ରିମ ଅଭାବ ସୃଷ୍ଟି କରାଯାଇଥିଲା। ଦୁର୍ଭାଗ୍ୟର କଥା ଲୁଣ ଭଳି ଏକ ଆବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନିଜ ନିଜ ଗୋଦାମରେ ବ୍ୟାପକ ପରିମାଣରେ ଗଚ୍ଛିତ ରଖି ମୁନାଫାଖୋର କଳାବଜାରୀମାନେ ଲୁଣର ମଧ୍ୟ କୃତ୍ରିମ ଅଭାବ ସୃଷ୍ଟି କରିଥିଲେ। ୨୦ ଟଙ୍କାର ଲୁଣ ପ୍ୟାକେଟକୁ ୬୦ ଟଙ୍କାରେ ଏବଂ ୧୮୦ ଟଙ୍କାର ପ୍ୟାକେଟକୁ ୩୫୦ ଟଙ୍କାରେ ବିକିବାକୁ ପଛେଇ ନଥିଲେ କିଛି କଳାବଜାରୀ। ଏ ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ନେତୃତ୍ୱରେ ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ଯୋଗାଣ ନିରୀକ୍ଷକ ସନ୍ତୋଷ ଅଗ୍ରସିଂ, ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର ପ୍ରମୁଖଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗତ ୧୬ ତାରିଖ ଦିନ ରାମଜୀଛକସ୍ଥିତ ସଜ୍ଜନ କୁମାର ଅଗ୍ରୱାଲଙ୍କ ଲକ୍ଷ୍ମୀ ଷ୍ଟୋର, ରାମପୁରସ୍ଥିତ ରାହୁଲ ଜୈନଙ୍କ ରାହୁଲ ଟ୍ରେଡର୍ସ ଏବଂ ମୁଖ୍ୟ ରାସ୍ତାରେ ଥିବା କୈଳାଶ ଅଗ୍ରୱାଲଙ୍କ ବାଲାଜୀ ଟ୍ରେଡର୍ସ ଉପରେ ଚଢଉ କରାଯିବା ବେଳେ ଲକ୍ଷ୍ମୀ ଷ୍ଟୋରର ଗୋଦାମରେ ବ୍ୟାପକ ଲୁଣ ମହଜୁଦ ଥିବା ସହ କଳାବଜାରୀରେ ସିଧାସଳଖ ସପୃକ୍ତ ଥିବା ଚାକ୍ଷୁସ ପ୍ରମାଣ ପାଇବା ପରେ ତାଙ୍କ ବିରୁଦ୍ଧରେ ଜିଲ୍ଲା ଯୋଗାଣ ବିଭାଗ ଏବଂ ଡେପୁଟି କମିଶନର (ବିକ୍ରୀକର,ଜିଏସଟି)  ପ୍ରବର୍ତ୍ତନ ଶାଖାକୁ ଚିଠି ଲେଖାଯାଇଥିଲା। ତେବେ ଆଜି ଉକ୍ତ ବ୍ୟବସାୟୀ ସଜ୍ଜନ କୁମାର ଅଗ୍ରୱାଲଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯିବା ପରେ ସେ ତାହା ଜମା କରିଥିବା ଜଣାଯାଇଛି। ଏହି ଘଟଣାଟି କଳାବଜାରୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories