www.samajalive.in
Sunday, December 7, 2025
14.1 C
Bhubaneswar

ଲୁଣର କଳାବଜାରୀ ; ୧୮୦ ଟଙ୍କା ମୂଲ୍ୟର ଲୁଣକୁ ୫ ଶହରେ ବିକ୍ରି ଅଭିଯୋଗ

ଲାଠୋର : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମ ଏହି ଅଞ୍ଚଳ ପାଇଁ ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ। ଏଠାରୁ ଜିଲା ତଥା ଜିଲା ବାହାରୁ ଲୋକେ ଖାଉଟି ସାମଗ୍ରୀ ତଥା ଅନ୍ୟାନ୍ୟ ବ୍ୟବହାରିକ ସାମଗ୍ରୀ କିଣା ବିକା କରିଥାନ୍ତି। ବର୍ତ୍ତମାନ ଦେଖା ଦେଇଥିବା କରୋନା ମୁକାବିଲା ପାଇଁ ସରକାର ଦୀର୍ଘ ଦିନ ହେଲା ତାଲା ବନ୍ଦ ଘୋଷଣା କରିଛନ୍ତି। ଯାହା ଫଳରେ ଗରିବ ପରିବାରରେ ଅର୍ଥ ସଂକଟ ଦେଖା ଦେଇଛି।

ମଙ୍ଗଳବାର ଦିନ ହଠାତ୍ କିରାନା ଦୋକାନମାନଙ୍କରେ ଭିଡ ଦେଖିବାକୁ ମିଳିଥିଲା। ଏକ ଗୁଜବ ପ୍ରଥମେ ପ୍ରଚାର ହୋଇଥିଲା। ବଜାରରେ ଲୁଣର ଅଭାବ ରହିଛି। ଆଗାମୀ ଦିନରେ ଲୁଣ ମିଳିବ ନାହିଁ। ଏହି ଗୁଜବ ଶୁଣି ଲୋକେ ଲୁଣ ନେବା ପାଇଁ ଦୋକାନରେ ଭିଡ ଜମାଇଥିଲେ। ୧୮୦ ଟଙ୍କାର ଲୁଣ ୨୫ କେଜି ପ୍ୟାକେଟକୁ ୫ ଶହ ଟଙ୍କା ଦରରେ ଦୋକାନୀମାନେ ବିକ୍ରି କରିଥିଲେ। କିଛି ଲୋକ ପ୍ୟାକେଟ ନେଉଥିଲେ ତ କିଏ କିଏ ଖୁଚୁରା ଲୁଣ ଚଢ଼ା ଦରରେ ନେଇ ଯାଉଥିଲେ। ଲୁଣ ପ୍ୟାକେଟ ନେଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲିଲା। ଏହି ଖବର କିଛି ସଚେତନ ବ୍ୟକ୍ତି ସ୍ଥାନୀୟ ସରପଞ୍ଚ ପ୍ରବିଣ ଅଗ୍ରୱାଲଙ୍କୁ ଜଣାଇଥିଲେ। ସ୍ଥାନୀୟ ସରପଞ୍ଚ ଘଟଣା ବିଷୟରେ ଜାଣିବା ପରେ ବ୍ୟବସାୟୀ ମାନଙ୍କୁ ନିର୍ଦ୍ଧିଷ୍ଟ ମୂଲ୍ୟରେ ଲୁଣ ବିକ୍ରି କରିବାକୁ ତାଗିତ୍ କରିଛନ୍ତି। କଳାବଜାରୀରୁ ନିବୃତ୍ତ ରୁହୁନ୍ତୁ ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଦୁଃଖର ବିଷୟ ଏହି ସଂକଟମୟ ପରିସ୍ଥିତିରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଲୁଣ ବ୍ୟବସାୟୀ ମାନେ ଚଢ଼ା ଦରରେ ବିକ୍ରୟ କରୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories