www.samajalive.in
Wednesday, December 10, 2025
18.1 C
Bhubaneswar

୯ଜଣଙ୍କୁ ଫାଶୀ,୨୫ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଢ଼ାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ୨୫ବର୍ଷ ପୂର୍ବେ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ସ୍ଥାନୀୟ ଏକ ଅଦାଲତ ବୁଧବାର ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି। ଏହି ମାମଲାରେ ଅନ୍ୟ ୨୫ଜଣଙ୍କୁ ଆଜୀବନ ଓ ୧୩ଜଣଙ୍କୁ ୧୦ବର୍ଷ କାରାଦଣ୍ଡାଦେଶ ହୋଇଛି। ହାସିନା ବାଂଲାଦେଶ ପାର୍ଲାମେଣ୍ଟର ବିରୋଧୀ ଦଳ ନେତା ଥିଲାବେଳେ ୧୯୯୪ ସେପ୍ଟେମ୍ବର ୨୩ରେ ଏହି ଆକ୍ରମଣ ହୋଇଥିଲା। ସେ ରେଳଯୋଗେ ଦେଶବ୍ୟାପୀ ରାଜନୈତିକ ଅଭିଯାନ ଚଳାଇଥିଲାବେଳେ ପାବନା ଈଶ୍ବରାଡିଠାରେ ପହଞ୍ଚିବାକ୍ଷଣି ତତ୍କାଳୀନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲ ପାର୍ଟିର କର୍ମୀ କୁହାଯାଉଥିବା ବ୍ୟକ୍ତିମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ହାସିନା ସୌଭାଗ୍ୟକ୍ରମେ ଏଥିରୁ ବର୍ତ୍ତି ଯାଇଥିଲେ। ହାସିନା ୧୯୯୬ରେ କ୍ଷମତାକୁ ଆସିବା ପରେ ମାମଲାର ବିଚାର ତ୍ବରାନ୍ବିତ ହୋଇଥିଲା। ରାୟ ପ୍ରକାଶ ପରେ ଅଦାଲତ ପରିସରରେ ଖାଲିଦାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରପକ୍ଷରେ ହାସିନାଙ୍କ ଆୱାମି ଲିଗ୍‌ କର୍ମୀମାନେ ଶୋଭାଯାତ୍ରା ବାହାର କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories