ଭୁବନେଶ୍ବର: ସହିଦନଗର ତେଲୁଗୁ ବସ୍ତିର ସୁବର୍ଣ୍ଣ ଜୟନ୍ତି ମହା ଆଡମ୍ବରରେ ପାଳନ କରାଯାଇଛି। ମା ସନ୍ତୋଷୀ ଯୁଥ୍ କ୍ଲବ ଦ୍ବାରା ଆୟୋଜିତ ତେଲୁଗୁ ବସ୍ତିର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ୩୦ ନମ୍ବର ୱାର୍ଡର କାଉନସିଲର ଶ୍ବାଶ୍ବତି ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ ବସ୍ତିର ଏକତା ,ସ୍ବାସ୍ଥ୍ୟ ଏବଂ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ । ତେଲୁଗୁ ବସ୍ତିର ସୁବର୍ଣ୍ଣ ଜୟନ୍ତି ଅବସରରେ ସାମାଜିକ ଉନ୍ନତି ପାଇଁ ମା ସନ୍ତୋଷୀ ୟୁଥ୍ କ୍ଲବ ଦ୍ବାରା ଆୟୋଜିତ ରକ୍ତଦାନ କାର୍ୟ୍ୟକ୍ରମକୁ ମଧ୍ୟ ଉଦଘାଟନ କରିଥିଲେ ବିଧାୟକ ଏବଂ କାଉନସିଲର। ସଭା ଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ସହ ମଙ୍ଗଳବାର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଜନ୍ମ ଦିନ ଥିବାରୁ ତେଲୁଗୁ ବସ୍ତି ପକ୍ଷରୁ ତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା।
Popular Categories



