ଭୁବନେଶ୍ୱର: ରାଜ୍ୟ ସରକାର ଜନଜାତିମାନଙ୍କ ଅଧିକାରକୁ ଛଡାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତି ଆଦିବାସୀମାନଙ୍କର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ଆସନ୍ତା ଫେବୃଆରୀ ୨ରେ ବିଜେପି ଜନଜାତି ମୋର୍ଚ୍ଚାର ଦୁଇଦିନିଆ ରାଷ୍ଟ୍ରୀୟ ମହାଧିବେଶନ ରାଜଧାନୀରେ ଅନୁଷ୍ଠିତ ହେବ। ଏହି ଅଧିବେଶନର ଦ୍ବିତୀୟ ଦିନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେବେ ବୋଲି ମୋର୍ଚ୍ଚାର ରାଜ୍ୟ ସଭାପତି ଓ ବିଧାୟକ ରବି ନାଏକ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଏନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଶ୍ରୀ ନାୟକ କହିଛନ୍ତି ଯେ ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଅଧିକ ପ୍ରତିନିଧି ସାମିଲ ହେବେ। ଏହାସହ ଫେବୃଆରୀ ୩ରେ ‘ଆଦିବାସୀଙ୍କ ହକ୍ ପାଇଁ ଭୁବନେଶ୍ୱର ଚାଲ’ ଅଭିଯାନ ରାଲି ଆୟୋଜିତ ହେବ। ଏହି ରାଲିରେ ଶ୍ରୀଶାହାଙ୍କ ସମେତ ୧ ଲକ୍ଷରୁ ଅଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି କରିବେ। ସେ କହିଛନ୍ତି ଯେ ରାଜ୍ୟସରକାର ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଜମି ନଥାଇ ପଟ୍ଟା ଦେଉଥିବାବେଳେ ଜାତି ପ୍ରମାଣପତ୍ର ପାଇଁ ବିଭିନ୍ନ ଆଇନ କରି ଜନଜାତି ଲୋକମାନଙ୍କୁ ହଇରାଣ କରୁଛନ୍ତି। ଜନଜାତି ବର୍ଗଙ୍କ ଷ୍ଟାଇପେଣ୍ଡ ବକେୟା ରହିଛି। ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ ୯ଟି ପରିଷଦ କରି ନିର୍ବାଚିତ ପ୍ରତିନିଧୀମାନଙ୍କ ଅଧିକାରକୁ ଛଡାଇ ନେଇଛନ୍ତି। ରାଜ୍ୟସରକାରଙ୍କ ଆଦିବାସୀ ମାରଣ ନୀତିକୁ ବିରୋଧସହ ଆଦିବାସୀମାନଙ୍କୁ ସେମାନଙ୍କ ହକ୍ ଦେବା ଏହି ଅଧିବେଶନରେ ପ୍ରମୁଖ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଏକ କହିଛନ୍ତି।
ଫେବୃଆରୀ ୨ରୁ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଧିବେଶନ,୩ରେ ଯୋଗଦେବେ ଶାହା
Popular Categories



