www.samajalive.in
Saturday, December 6, 2025
19.1 C
Bhubaneswar

ରେଡ ଗୋଲ୍ଡ ମସଲା : କିଲୋ ପ୍ରତି ମୂଲ୍ୟ ୩ ଲକ୍ଷ

ଖାଦ୍ୟ ପ୍ରସ୍ତୁତ ହେଉ ଅଥବା ଅନ୍ୟାନ୍ୟ କାର୍ଯ୍ୟରେ ମସଲାର ଅନେକ ବିଶେଷତ୍ୱ ରହିଛି। ଏପରି ଅନେକ ମସଲା ରହିଛି, ଯାହା ନିଜର ଦାମ୍‍ କାରଣରୁ ମଧ୍ୟ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କେସରକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ବୋଲି କୁହାଯାଏ। ଏହି ମସଲାର ଗଛକୁ ମଧ୍ୟ ସବୁଠାରୁ ମହଙ୍ଗା ବୃକ୍ଷ କୁହାଯାଏ। ଏହାକୁ ଚାଷ କରାଯାଉଥିବା ପ୍ରମୁଖ ଦେଶ ମାନଙ୍କ ମଧ୍ୟରୁ ଭାରତ ସମେତ ଫ୍ରାନ୍ସ ସ୍ପେନ,ଇରାନ, ଇଟଲୀ,ଗ୍ରୀସ,ଜର୍ମାନୀ, ଜାପାନ,ରୁଷ, ଅଷ୍ଟ୍ରେଲିଆ, ଆଦି। ଭାରତରେ ଏହାର ଚାଷ ଜମ୍ମୁର କିଶତବାଡ ଭଳି ଅନ୍ୟ କେତେକ ସ୍ଥାନରେ ହୋଇଥାଏ। ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ଅଢେଇ ରୁ ୩ ଲକ୍ଷ ପର୍ୟ୍ୟନ୍ତ ରହିଛି। ଏହା ମହଙ୍ଗା ହେବାର କାରଣ ଏହାର ପ୍ରାୟ ଦେଢ ଲକ୍ଷ ଫୁଲରୁ ଏକ କିଲୋ ଶୁଖିଲା କେସର ପ୍ରାପ୍ତି ହୋଇଥାଏ।
ସୁନା ଭଳି ମହଙ୍ଗା ହେବା କାରଣରୁ କେସରକୁ ରେଡ ଗୋଲ୍ଡ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଆଜି ଠାରୁ ପ୍ରାୟ ୨୩୦୦ ବର୍ଷ ପୂର୍ବରୁ ପ୍ରଥମେ ସିକନ୍ଦର ମହାନର ସେନା ଏହାର ଚାଷ କରିଥିଲେ।
ଜଣେ ପ୍ରସିଦ୍ଧ ରାଣୀ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଏହାର ବ୍ୟବହାର କରୁଥିଲେ। କିଛି ଲୋକଙ୍କ କହିବା ଅନୁଯାୟୀ, ଏହାର ଉତ୍ପତ୍ତି ଦକ୍ଷିଣ ୟୁରୋପର ଦେଶ ସ୍ପେନରେ ହୋଇଥିଲା।
ଏବେ ଦୁନିଆରେ ସବୁଠାରୁ ଅଧିକ କେସରର ଚାଷ ସ୍ପେନରେ କରାଯାଉଛି। କେସର ଫୁଲର ବାସ୍ନା ଖୁବ ଭଲ ହୋଇଥିବାରୁ ଏହାର ଆଖାପାଖ ବାସ୍ନାରେ ମହକିଥାଏ। ପ୍ରତ୍ୟେକ ଫୁଲରୁ କେବଳ ୩ଟି କେସର ହିଁ ମିଳିଥାଏ।
ସେହିଭଳି କେସରର ବ୍ୟବହାର ଆୟୁର୍ବେଦ ଚିକିତ୍ସା, ବିଶେଷ ବ୍ୟଞ୍ଜନ, ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ପାନ ମସଲାରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। କେସରକୁ ନିମ୍ନ ରକ୍ତଚାପକୁ ସଠିକ କରିବା ସହ କଫ ନାଶକ ବୋଲି କୁହାଯାଏ। ଏହି କାରଣରୁ ଏହାର ବ୍ୟବହାର ଚିକିତ୍ସା ଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories