www.samajalive.in
Monday, December 8, 2025
27.1 C
Bhubaneswar

ଫିଟ୍‌ ଇଣ୍ଡିଆ ଅଭିଯାନକୁ ତେନ୍ଦୁଲକରଙ୍କ ପ୍ରଶଂସା

ନୂଆଦିଲ୍ଲୀ  : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ଅଭିଯାନ ପ୍ରତି ସମର୍ଥନବ୍ୟକ୍ତ କରିବା ସହ ଉଚ୍ଚପ୍ରଶଂସା କରିଛନ୍ତି।
ଟ୍ବିଟର୍‌ରେ ଏକ ଭିଡିଓ ପୋଷ୍ଟ କରି ତେନ୍ଦୁଲକର ଦର୍ଶାଇଛନ୍ତି ସେ ସେଣ୍ଟ ଆନ୍ଥୋନୀ ବୃଦ୍ଧାଶ୍ରମକୁ ଯାଇ ଅନ୍ତେବାସୀଙ୍କ ସହ କ୍ୟାରମ୍‌ ଖେଳିବାର ମଜା ଉଠାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନ ଦ୍ବାରା ଏକ ସୁସ୍ଥ ଭାରତର ଗଠନ ହୋଇପାରିବ ବୋଲି ତେନ୍ଦୁଲକର ଉଲ୍ଲେଖ କରିଛନ୍ତି। ସେହିପରି ତେନ୍ଦୁଲକର ସାଙ୍ଗମାନଙ୍କ ସହ ଟେନିସ୍‌ ଖେଳୁଥିବାର ଏକ ଭିଡ଼ିଓ ପୋଷ୍ଟ କରିବା ସହ ସମସ୍ତେ ନିଜ ସାଙ୍ଗସାଥୀଙ୍କ ସହ ଖେଳପଡ଼ିଆକୁ ଓହ୍ଲାଇବାକୁ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟ୍‌ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟସ୍ତରରୁ ଶାରୀରିକ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜଣାପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories