www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ବେଣ୍ଟି-୨୦ରେ ହାଟ୍ରିକ୍ ନେଇ ଇତିହାସ ରଚିଲେ ଆଷ୍ଟନ ଅଗର : ଜାଡେଜାଙ୍କୁ ମାନନ୍ତି ନିଜର ଆଦର୍ଶ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଶୁକ୍ରାବର ରାତ୍ରିରେ ଏକ ନୂଅ ରେକର୍ଡ ନିଜ ନାମରେ କରିଛନ୍ତି। ଅଗର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମୁକାବିଲାରେ ହାଟ୍ରିକ୍ ନେଇ ଇତିହାସ ରଚିଛନ୍ତି। ଏହି ମ୍ୟାଚରେ ସେ ମାତ୍ର ୨୪ରନ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ। ଅଗରଙ୍କ ୫ଟି ୱିକେଟ ବଳରେ କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।
ହାଟ୍ରିକ୍ ନେବା ପରେ ଅଗର ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କର ଅନେକ ପ୍ରଶଂସା କରିଛନ୍ତି। ସେ ଜାଡେଜାଙ୍କୁ ରକଷ୍ଟାର ବୋଲି ସମ୍ବୋଧନ କରିବା ସହିତ ଜାଡେଜାଙ୍କ ଖେଳ ମୋର ବହୁତ ପସନ୍ଦ ବୋଲି କହିଥିଲେ। ସେ ଜାଡେଜାଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବା ମଧ୍ୟ କହିଛନ୍ତି। ଗତ ମାସରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ଆସିବା ସମୟରେ ଜାଡ଼େଜା ୨୬ବର୍ଷୀୟ ଅଗରଙ୍କୁ ଅନେକ ସାହାର୍ୟ୍ୟ କରିଥିଲେ। ଜଡେଜା ତାଙ୍କୁ ବଲ କେମିତି ସ୍ପିନ୍ କରାଯିବ ଏନେଇ କୌଶଳ ସିଖାଇଥିଲେ ବୋଲି ଅଗର କହିଥିଲେ। ଯାହା ଦ୍ବାରା ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ୱିନିଂ ବୋଲିଂ କରିବାରେ ସକ୍ଷମ ହୋଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories