www.samajalive.in
Saturday, December 6, 2025
26.1 C
Bhubaneswar

କେଶ ଝଡ଼ିବା ସମସ୍ୟାରୁ ଚୁଟ୍‌କିରେ ମୁକ୍ତି ଦେବ ଏହି ଉପାୟ

ଆଜିକାଲି କେଶ ଝଡ଼ିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ଖାସ୍‌ କରି ମହିଳାମାନଙ୍କ ପାଇଁ ଏବେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହା ବ୍ୟତୀତ କେଶ ଧଳା ହେବା ଓ ଦୋମୁହାଁ ହେବା ଆଦି ସମସ୍ୟା ମଧ୍ୟ ଦେଖାଦେଉଛି। ପରିବର୍ତ୍ତିତ ଜୀବନଶୈଳୀ, ପ୍ରଦୂଷଣ ଓ ଖାଦ୍ୟପେୟରେ ଅନିୟମିତତା ଆଦି ଏହାର ମୁଖ୍ୟ କାରଣ। ଏସବୁ ସମସ୍ୟା ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କମ୍‌ ବୟସର ପିଲାମାନଙ୍କ କ୍ଷେତ୍ରରେ ମଧ୍ୟରେ ଦେଖିବାକୁ ମିଳୁଛି। ଫଳରେ ଚନ୍ଦାପଣ ଭଳି ସମସ୍ୟା ଦେଖାଯାଉଛି। ତେବେ ଏପରି କିଛି ଘରୋଇ ଉପାୟ ଅଛି, ଯାହା ଏହି ସମସ୍ୟାରୁ ମୁକ୍ତିଦେବା ପାଇଁ ବିଶେଷ ଭାବେ ସହାୟକ ହେବ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

ପିଆଜ ରସ: ପିଆଜ ରସ କେଶ ପାଇଁ ଖୁବ୍ ଉପକାରୀ। ଗୋଟିଏ କିମ୍ବା ଦୁଇଟି ପିଆଜ ପେଷ୍ଟ କରି ସେଥିରୁ ବାହାରି ଥିବା ରସକୁ ମୁଣ୍ଡରେ ଲଗାନ୍ତୁ। ଏହାକୁ ଲଗାଇବାର ୨ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ୨ କିମ୍ବା ୩ ସପ୍ତାହ ଏଭଳି ଲଗାଇବା ପରେ କେଶ ଝଡ଼ିବା କମ୍‌ ହେବ।

- Advertisement -

ଗ୍ରୀନ୍‌ ଟି: ଏଥିରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଏହା କେଶ ଝଡ଼ିବାକୁ ରୋକିଥାଏ। ପ୍ରଥମେ ଗ୍ରୀନ୍‌ ଟିକୁ ପାଣିରେ ମିଶାଇ କେଶରେ ଲଗାନ୍ତୁ। ଲଗାଇବାର ୧ ଘଣ୍ଟା ପରେ କେଶ ଧୁଅନ୍ତୁ। ଦେଖିବେ କେଶ ଝଡ଼ିବା ସମସ୍ୟା ଦୂର ହେବ।

ତେଲ ମାଲିସ: ଅନେକ ସମୟରେ କେଶରେ ତେଲ ମାଲିସ କରିବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ। ନଡ଼ିଆ, ଅଲିଭ ଆଦି ତେଲ ମୁଣ୍ଡରେ ଭଲଭାବେ ମାଲିସ କରନ୍ତୁ। ମାଲିସ ପୂର୍ବରୁ ଏହାକୁ ଅଳ୍ପ ଗରମ କରିବା ଲାଭଦାୟକ ହୋଇଥାଏ।

ନିମ, ଘିକୁଆଁରୀ: ଏହାର ମିଶ୍ରଣ କେଶରେ ଲଗାଇବା ଫଳରେ କେବଳ କେଶ ଝଡ଼ିବା ସମସ୍ୟା ଦୂର ହୋଇ ନ ଥାଏ ବରଂ ଦୋମୁହାଁ କେଶ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ସହିତ କେଶ ମଜଭୁତ ଓ ଚମକପ୍ରଦ ହୋଇଥାଏ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories