www.samajalive.in
Saturday, December 13, 2025
21.1 C
Bhubaneswar

ହସିନ୍‌ ପୂର୍ବ ବିବାହ କଥା ଲୁଚାଇଥିଲେ : ସାମି

କଲକାତା: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ପତ୍ନୀ ହସିନ୍‌ ଜାହାଁନ୍‌ଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ପାରିବାରିକ ହିଂସା ସହ ଅନ୍ୟ ଅଭିଯୋଗ ହସିନ୍‌ ଆଣିଥିବା ବେଳେ ହସିନ୍‌ ପୂର୍ବରୁ ବିବାହିତା ଥିଲେ ବୋଲି ଜାଣିନଥିଲେ ବୋଲି କହିଛନ୍ତି ସାମି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାମି କହିଥିଲେ ହସିନ୍‌ ପୂର୍ବରୁ ସୌଫୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୨ଟି ଝିଅ ଥିବା ସଂପର୍କରେ ଜାଣିନଥିଲେ। ତେବେ ତାଙ୍କର ଦୁଇ ଝିଅଙ୍କୁ ହସିନ୍‌ ପରଲୋକଗତ ଭଉଣୀର ଝିଅ ବୋଲି ସାମିଙ୍କୁ ଜଣାଇଥିଲେ। ଅନ୍ୟପକ୍ଷରେ ହସିନ୍‌ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ସାମି ପରକୀୟା ପ୍ରୀତିରେ ଜଡ଼ିତ। ବହୁ ନାରୀଙ୍କ ସହ ତାଙ୍କର ସଂପର୍କ ରହିଛି। ସାମି ଓ ପର ନାରୀଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଯେଉଁ ବାର୍ତ୍ତାଳାପ ହୋଇଥିଲା ସେ ନେଇ ତାଙ୍କ ନିକଟରେ ବଳିଷ୍ଠ ପ୍ରମାଣ ରହିଛି।

- Advertisement -

ଏପରିକି ତାଙ୍କ ଭାଇଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ସାମି ବାଧ୍ୟ କରିଥିବା ହସିନ୍‌ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଏକଥାରେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ତେବେ ହସିନ୍‌ଙ୍କ ଅଭିଯୋଗକୁ ସାମି ଖଣ୍ଡନ କରିବା ସହ କାହାର ପ୍ରରୋଚନାରେ ହସିନ୍‌ ଏପରି ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories