www.samajalive.in
Monday, December 8, 2025
13.1 C
Bhubaneswar

ଶତ୍ରୁକୁ ଜବାବ ଦେବ ‘ଏସ-୪୦୦’

ନୂଆଦିଲ୍ଲୀ : ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ଼ା ଜବାବ ଦେବ ଅତ୍ୟାଧୁନିକ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା(ମିଜାଇଲ୍ ଡିଫେନ୍ସ ସିଷ୍ଟମ୍)। ଏନେଇ ଋଷ ସହ ସୋମବାର ଭାରତର ଚୁକ୍ତି ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀ ଗସ୍ତରେ ଥିବା ଋଷ ରାଷ୍ଟ୍ରପତି ଭାଦିମୀର ପୁତିନଙ୍କ ସହ ଆଲୋଚନା କରି ୩୫ ହଜାର କୋଟିର ଏହି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ଥଳଭାଗରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଏହି ଅତ୍ୟାଧୁନି କ୍ଷେପଣାସ୍ତ୍ର ବ୍ୟବସ୍ଥା ‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍ ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବ। ଉଭୟ ସ୍ଥଳଭାଗରେ ଏବଂ ଆକାଶମାର୍ଗରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ହେବ ଏହି ଅତ୍ୟାଧୁନିକ ବ୍ୟବସ୍ଥା।
ରାଷ୍ଟ୍ରପତି ପୁତିନ୍‌ ଭାରତ ଗସ୍ତ ପୂର୍ବରୁ ପ୍ରଥମେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କିତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ବିପିନ ରାୱତ୍, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ସ୍ଥଳ ସେନାମୁଖ୍ୟଙ୍କ ଉପସ୍ଥିତିରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଭାରତ ଓ ଋଷର ସମ୍ପର୍କ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଛନ୍ତି ଦୁଇ ଦେଶର ପ୍ରତିନିଧି।
ରୁଷ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ୨୧ ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଚୀନ୍ ଲଗାତର ଭାରତ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଥିବାବେଳେ ପୁତିନଙ୍କ ଭାରତ ଗସ୍ତ ଏବେ ଦୁଇଦେଶ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories