www.samajalive.in
Monday, December 8, 2025
24.1 C
Bhubaneswar

୨୮ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷିଆ ବିମାନ ନିଖୋଜ

ମସ୍କୋ: ୨୮ ଜଣଙ୍କୁ ନେଇ ଯାଉଥିବା ରୁଷିଆର ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି । ରୁଷିଆର ସୁଦୂର ପୂର୍ବ ଭାଗରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଏଏନ-୨୬ ବିମାନଟି ପେତ୍ରୋପାଓଲୋଭସ୍କ-କାନଚାସ୍କିରୁ ପାଲାନା ଅଭିମୁଖେ ମଙ୍ଗଳବାର ଉଡାଣ କରିଥିଲା । କିନ୍ତୁ ତାହା ଧାର୍ଯ୍ୟ ସମୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିନଥିବା ଜରୁରିକାଳୀନ ମନ୍ତ୍ରଣାଳୟ ସୂଚନାକୁ ଆଧାର କରି ଇଣ୍ଟରଫାକ୍ସ ଏବଂ ଆରଆଇଏ ନେଭୋସ୍ତି ଖବର ସରବରାହ ସଂସ୍ଥା କହିଛନ୍ତି ।
ବିମାନଟି ଅବତରଣ କରିବାକୁ ଉଦ୍ୟମ କରୁଥିବାବେଳେ ଏୟାର ଟ୍ରାଫିକ କଂଟ୍ରୋଲ ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏହାପରେ ବିମାନକୁ ଖୋଜିବା ପାଇଁ ତୁରନ୍ତ ଉଦ୍ୟମ ଆରମ୍ଭ ହୋଇଛି । ଦୁଇଟି ହେଲିକପ୍ଟରକୁ ଏଥିପାଇଁ ନିୟୋଜିତ କରାଯାଇଥିବାବେଳେ ଉଦ୍ଧାରକାରୀ ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି । ବିମାନରେ ୬ ଜଣ ବିମାନ କର୍ମଚାରୀ ଏବଂ ଜଣେ ଅଥବା ଦୁଇଜଣ ପିଲାଙ୍କ ସମେତ ମୋଟ ୨୮ ଜଣ ରହିଥିବା ରିପୋର୍ଟରୁ ଜଣାଯାଇଛି ।
ଏହା ପୂର୍ବରୁ ୨୦୧୯ରେ ରୁଷିଆରେ ବଡ ଧରଣ ବିମାନ ଦୁର୍ଘଟଣା ଘଟିଥିଲା । ଏକ ସୁଖୋଇ ସୁପରଜେଟ୍‍ ବିମାନ ମସ୍କୋ ବିମାନ ବନ୍ଦର ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯିବାରୁ ୪୧ ଜଣଙ୍କର ପ୍ରାଣହାନି ଘଟିଥିଲା । ତାହା ପୂର୍ବରୁ ୨୦୧୮ ଫେବ୍ରୁଆରୀରେ ସାରାତୋଭ ଏୟାରଲାଇନ୍ସର ଏଏନ-୧୮ ବିମାନ ଉଡାଣ ଆରମ୍ଭ କରିବାର ଅଳ୍ପ ସମୟ ମଧ୍ୟରେ ମସ୍କୋ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । ଫଳରେ ସେଥିରେ ଥିବା ସମସ୍ତ ୭୧ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories