www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ, ନିୟନ୍ତ୍ରଣ ପାଇଁ ନମୁନା ପରୀକ୍ଷା, ସ୍ବାସ୍ଥ୍ୟ ଯାଞ୍ଚକୁ ଗୁରୁତ୍ବ

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ସହର ଉପକଣ୍ଠ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କ୍ରମଶଃ ସଂକ୍ରମଣ ବ୍ୟାପୁଥିବାରୁ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ମାର୍ଗଦର୍ଶିକାରେ ଗ୍ରାମାଞ୍ଚଳରେ ବିଭିନ୍ନ ଥଣ୍ଡା ରୋଗ କିମ୍ବା ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତଙ୍କ ବ୍ୟକ୍ତିଙ୍କୁ ନିୟମିତ ଯାଞ୍ଚ କରାଯିବ। ସେହିପରି କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପୂର୍ବକ ସେମାନଙ୍କ ନମୁନା ପରୀକ୍ଷା କରାଯିବ।

ଏହି କାର୍ଯ୍ୟରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୋଷକତତ୍ତ୍ୱ କମିଟି, ଆଶା, ଅଙ୍ଗନବାଡ଼ି କର୍ମଚାରୀ ନିୟୋଜିତ ହେବେ। କରୋନା ସଂକ୍ରମଣ ଜନିତ ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବେ। ଯଦି ସଂକ୍ରମିତଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଉଥାଏ କିମ୍ବା ସଂକ୍ରମଣ ମାତ୍ରା ବଢୁଥାଏ ତେବେ ତାଙ୍କ ଉଚ୍ଚତର ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ଲାଗି ସୁପାରିସ କରିବେ। ଏହା ସହିତ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ବ ଦିଆଯିବ। ସର୍ବଦା ତୁଣ୍ଡି ବାନ୍ଧିବା ଓ ୬ ଫୁଟ ଦୂରତା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯିବ। ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯିବ। ନମୁନା ପରୀକ୍ଷା ଫଳ ଆସିବା ପର୍ଯ୍ୟନ୍ତ ସେମାନେ ଆଇସିଏମ୍‌ଆର ନିୟମ ଅନୁଯାୟୀ ସଙ୍ଗରୋଧରେ ରହିବେ।

- Advertisement -

କରୋନା ସଂକ୍ରମଣ ଲକ୍ଷଣ, ସଂକ୍ରମଣରୁ ଦୂରେଇ ରହିବାର ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯିବ। ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଥର୍ମୋମିଟର ଓ ପଲ୍ସ ଅକ୍ସିମିଟର ଆଦି ସ୍ବାସ୍ଥ୍ୟ ଉପକରଣ ଧାର (ଋଣ) ସୂତ୍ରରେ ଯୋଗାଇ ଦିଆଯିବ। କରୋନା ସମ୍ମୁଖ ଯୋଦ୍ଧା, ସ୍ୱେଚ୍ଛାସେବୀ ଓ ଶିକ୍ଷକମାନେ ଏହାକୁ ଅନୁଧ୍ୟାନ କରିବେ। ଗୃହ ସଙ୍ଗରୋଧରେ ରହୁଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ। ଏଥିରେ ପାରାସିଟାମଲ୍‌, ଆଇଭରମେକ୍‌ଟିନ୍‌, କଫ୍‌ ସିରପ, ମଲ୍‌ଟି ଭିଟାମିନ୍‌ ଆଦି ରହିବ। ଏହା ସହିତ ସ୍ବାସ୍ଥ୍ୟ ସତର୍କତା, ଔଷଧ ସେବନ ପ୍ରଣାଳୀ, ଲକ୍ଷଣ ଆଦି ସମ୍ପର୍କିତ ପୋଷ୍ଟର ଦିଆଯିବ। କରୋନାକୁ ନିୟନ୍ତ୍ରଣ କରିବା ଲାଗି ସମସ୍ତ ବିଭାଗଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା କରିବା ଲାଗି କୁହାଯାଇଛି। ଏଥିପାଇଁ ସମସ୍ତ ରାଜ୍ୟର ପଞ୍ଚାୟତିରାଜ ବିଭାଗ ନିର୍ଦେଶନାମା ଜାରି କରାଯାଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories