www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ: ନିଲାମ ହେବ ମରୀଚିକୁଣ୍ତ ପାଣି

ଭୁବନେଶ୍ଵର: ଆଜି (ସୋମବାର) ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ। ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀରେ ଦିଅଁଙ୍କ ରୁକୁଣା ରଥରେ ନେତବନ୍ଧା ଯାଇ ରଥ ପ୍ରତିଷ୍ଠା ହୋଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ରଥ କଳାରେ ରଥ ପ୍ରତିଷ୍ଠା କାମ ଆରମ୍ଭ ହେବ। ଏହାପୂର୍ବରୁ ମହାରଣା ସେବାୟତମାନେ ରଥ ନିର୍ମାଣ ସାରିବା ପରେ ଦରଜି ସେବାୟମାନେ ରଥରେ କପଡା ବାନ୍ଧିଥାନ୍ତି। ବଡୁ ସେବାୟତ ରଥ ପ୍ରତି​ଷ୍ଠା ପାଇଁ ମରୀଚି କୁଣ୍ଡରୁ ଜଳ ଆଣି ରଥଖଳାରେ ପହଞ୍ଚାଇବା ପରେ ମନ୍ଦିର କୂଳ ପୁରୋହିତ , ପୁରୀ ଗଜପତି ମହାରାଜାଙ୍କ  ରାଜଗୁରୁ ସ ୧୮ ଜଣ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ରଥ ପ୍ରତି​ଷ୍ଠା ହେବ। ସେପଟେ ନେତ୍ରୋତ୍ସବରେ ଏକାମ୍ରକ୍ଷେତ୍ରର ପ୍ରସିଦ୍ଧ ମୁକ୍ତେଶ୍ଵର  ମନ୍ଦିର ପରିସରରେ ତିବା ମରୀଚିକୁଣ୍ତ ମୁଖ୍ୟ ଆକର୍ଷଣ ସାଜିଥାଏ। ପରମ୍ପରା ମୁତାବକ ବଡୁ ନିଯୋଗ ପକ୍ଷରୁ ମରୀଚିକୁଣ୍ତର  ପାଣି ରୁକୁଣା ରଥ ପ୍ରତିଷ୍ଠା ପାଇଁ ଦେବା ପରେ ଏହାର ପାଣିକୁ ନିଲାମ କରାଯାଇଥାଏ। ମରୀଚି  କୁଣ୍ତ ପାଣି ନେବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories