ବିଜେପି ଟିକେଟ ନ ମିଳିଲେ ସ୍ଵାଧୀନ ପ୍ରାର୍ଥୀ ହେବି: ହିମାଂଶୁ

ଧର୍ମଶାଳା ବିଜେପିର ବିଶାଳ ଜନ ସମାବେଶ

ଯାଜପୁର : ଧର୍ମଶାଳା ବିଜେପି ପକ୍ଷରୁ ଜାରକା ମହୋତ୍ସବ ପଡ଼ିଆରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ତଥା ୫୪ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀମାନେ ଆସି ଜନ ସମାବେଶରେ ଯୋଗଦେଇଥିଲେ । ମୋତେ ବିଜେପି ଦଳ ଏହି ଆସନରେ ପ୍ରାର୍ଥୀ କରିନାହିଁ, ଯଦି ଆଗାମୀ ଦିନରେ ପ୍ରାର୍ଥୀ କରେ ମୁଁ ଦଳୀୟ ଟିକେଟରେ ଲଢ଼ିବି । ନଚେତ୍ ଆପଣମାନଙ୍କ ଭଲପାଇବାକୁ ପାଥେୟ କରି ସ୍ୱାଧୀନ ପ୍ରାର୍ଥୀ ହୋଇ ଧର୍ମଶାଳା ଆସନରେ ଲଢିବି ବୋଲି ବିଜେପି ନେତା ଶ୍ରୀ ସାହୁ ଦୃଢତାର ସହ କହିଥିଛନ୍ତି । କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ପଣ୍ତିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ବିଜେପି ଜିଲା କୃଷକ ମୋର୍ଚ୍ଚା ସଭାପତି ପାଣ୍ଡବ ଚରଣ ଧଳ, ବିଜେପି ମିଡିଆ ସେଲ ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେପି ନେତା କାହ୍ନୁଚରଣ ଦାଶ, ବିଜେପି ନେତା ନିରଂଜନ ବେହେରା, ଚୈତନ୍ୟ ନାୟକ, ନୃସିଂହ ଚରଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସମାବେଶ ସୂଚାଇ ଦେଉଛି ଆଗମୀ ଦିନରେ ଏଠାରେ ଯଦି ହିଂମାଶୁ ଶେଖର ସାହୁଙ୍କୁ ବିଜେପି ପ୍ରାର୍ଥୀ କରେ ତେବେ ଏହି ଆସନ ବିଜେପି ଅକ୍ତିଆର କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ନାମୀଦାମୀ କଳାକାର ଯୋଗେଦେଇ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକର୍ତ୍ତା ଇଞ୍ଜିନିୟର ପ୍ରକାଶ ସାମଲ, ଗିରିଗରିମା ମହାନ୍ତି, ରଞ୍ଜିତ ଦୋରା, ଅଧରକାନ୍ତ ଜେନା, ଅକ୍ଷୟ ପଣ୍ଡା, ମୁରଲୀ ପାଣ୍ତବ, ନାରାୟଣ ମଲ୍ଲିକ, ଶରତ ଓଝା, ତପନ ମାହୁନ୍ତ, ଆଲୋକ ଲେଙ୍କା, ଉପେନ୍ଦ୍ର କର, ରବୀନ୍ଦ୍ର ବରାଳ, ଶିବୁଲି ଧୀର, ସାବିତ୍ରୀ ମଲ୍ଲିକ, ଜୀତେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ହିଂମାଶୁ ସାହୁଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଅଲୋକପାତ କରିଥିଲେ। ବିଜେପି କର୍ମୀ ରାଜେଶ ପାଳ ଧନ୍ୟବାଦ ଦେଇଥିଲେ ।

Comments are closed.