www.samajalive.in
Saturday, December 6, 2025
26.1 C
Bhubaneswar

ପୁରାତନ ରୁଦ୍ରକାଳୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ, ବ୍ୟୟ ଅଟକଳ ୭ଲକ୍ଷ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ ଦୀର୍ଘ ବର୍ଷରୁ ପୂଜା ପାଉଥିବା ପୁରାତନ ରୁଦ୍ରକାଳୀ ମନ୍ଦିରର ନିର୍ମାଣ ଏବଂ ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନ, ମନ୍ଦିର ପରିଚାଳନା କମିଟି ସଭାପତି ବିଶ୍ୱରଞ୍ଜନ କହଁର, ମାଁ ରୁଦ୍ରକାଳୀ ଦଣ୍ଡ ପରିଚାଳନା କମିଟି ସଭାପତି ସତ୍ୟ ପାଣିଗ୍ରାହୀ, କୋଷାଧକ୍ଷ ବିରଞ୍ଚି ଦିଗାଲ, ପୂଜକ ଯୋଗେନ୍ଦ୍ର ବିଶୋଈଙ୍କ ସହ ମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।

ବିଶ୍ବ କଲ୍ୟାଣ ପାଇଁ ଫିରିଙ୍ଗିଆ ପିତାବଳୀ ମନ୍ଦିର ପୂଜକ ସତ୍ୟ ନାରାୟଣ ଭୁକ୍ତା ପୂଜାର୍ଚ୍ଚନା କରିଥିଲେ। ଦୀର୍ଘ ଦିନରୁ ଏହି ମନ୍ଦିର ଉନ୍ନତି କରଣ ପାଇଁ ପ୍ରଶାସନ ପାଖରେ ନିବେଦନ କରିଥିଲେ। ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନଙ୍କ ପ୍ରଚେଷ୍ଟା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପୁରାତନ ରୁଦ୍ର କାଳୀ ମନ୍ଦିର ଉନ୍ନତି କରଣ ପାଇଁ ସାତ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଉନ୍ନତିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ପାଇଁ ଉଦ୍ୟମ ଜାରି ରହିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories