www.samajalive.in
Wednesday, December 10, 2025
26.1 C
Bhubaneswar

ସୂଚନା ଅଧିକାର ଆଇନକୁ ଅସ୍ତ୍ର କରିବ କଂଗ୍ରେସ

ବୌଦ୍ଧ : ଭାରତୀୟ ଗଣତନ୍ତ୍ରରେ ସୂଚନା ଅଧିକାର ଆଇନ ନାଗରିକମାନଙ୍କ ପାଇଁ ବଡ ଅସ୍ତ୍ର । ଗତ ଉପା ସରକାର ସମୟରେ ଲାଗୁ କରାଯାଇଥିବା ଏହି ଆଇନରେ ନାଗରିକମାନେ ନିଜର ଜାଣିବାର ଅଧିକାର ସାବ୍ୟସ୍ତ କରିବା ସହିତ ସମାଜରୁ ଦୁର୍ନୀତି ଭଳି ବ୍ୟାଧି ହଟାଇବାରେ ଏହା ସହାୟକ ହୋଇପାରିବ । କିନ୍ତୁ ଏହି ଆଇନର ସଠିକ୍ କାର୍ଯ୍ୟକାରୀତା ସଂପର୍କରେ ବର୍ତ୍ତମାନ ମଧ୍ୟ ସିଂହଭାଗ ଲୋକ ଅଜ୍ଞ ଅଟନ୍ତି । ଯେଉଁମାନେ ବି ଏହି ଆଇନ ସଂପର୍କରେ କିଛି ଜ୍ଞାନ ରଖିଛନ୍ତି ସେମାନେ ଏହାକୁ ଅର୍ଥ ଉପାର୍ଜନର ମାର୍ଗ କରିଛନ୍ତି କିମ୍ବା ସମାଜରେ ଶତ୍ରୁ ସଂଖ୍ୟା ବୃଦ୍ଧି ଭୟରେ ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି। ତେବେ ବୌଦ୍ଧଜିଲାରେ ଏବେ ସୂଚନା ଅଧିକାର ଆଇନକୁ ଅସ୍ତ୍ର କରି ଜିଲା କଂଗ୍ରେସ କମିଟି ଶାସକ ଦଳର ସବୁ ଦୁର୍ନୀତିକୁ ସାମ୍ନାକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଜିଲା କଂଗ୍ରେସ କମିଟିର ଆଇନ ସେଲ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ନବ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୪ ତାରିଖ ଠାରୁ ୭ ଦିନ ଧରି ଜିଲା କଂଗ୍ରେସ ସୂଚନା ଅଧିକାର ସପ୍ତାହ ପାଳନ କରିବ । ଏହି ଅବସରରେ ୫୦ ଜଣ କଂଗ୍ରେସ କର୍ମୀଙ୍କୁ ସୂଚନା ଅଧିକାର ଆଇନ ସଂପର୍କରେ ସଂପୁର୍ଣ୍ଣ ତାଲିମ ପ୍ରଦାନ କରାଯିବ। ପରବର୍ତ୍ତି ସମୟରେ ଏହି କର୍ମୀମାନଙ୍କ ଜରିଆରେ ସୂଚନା ଅଧିକାର ଆଇନ ବଳରେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା,ମିଳିଥିବା ଅନୁଦାନ,ଖର୍ଚ୍ଚ ବିବରଣୀ,ଜିଲାକୁ ଆସି ଫେରିଯାଇଥିବା ଅର୍ଥ,ଜିଲା ର ବିକାଶ ପାଇଁ ସରକାରଙ୍କ ପାଖକୁ ପ୍ରେରଣ କରାଯାଉଥିବା ବିଭିନ୍ନ ପ୍ରସ୍ତାବ ଓ ତାହାର ସ୍ଥିତାବସ୍ଥା ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ଏହାବ୍ୟତୀତ ଜିଲାର ବିକାଶ ପାଇଁ କାର୍ଯ୍ୟ କରାଯାଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀତା ଓ ତାହାର ସ୍ୱଛତା ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ଏହି ସମସ୍ତ ତଥ୍ୟକୁ ସମ୍ମିଳିତ କରି ଏକ ବୁକଲେଟ୍ ପ୍ରସ୍ତୁତ କରାଯିବା ସହିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ଏବଂ ଆବଶ୍ୟକସ୍ଥଳେ ଆଇନର ସାହାଯ୍ୟ ନିଆଯିବ ବୋଲି ଶ୍ରୀମିଶ୍ର ସୂଚନା ଦେଇଥିଲେ। ତେବେ ଜିଲା କଂଗ୍ରେସ ପକ୍ଷରୁ ଏହି ଅଭିନବ ପଦକ୍ଷେପ ଦ୍ୱାରା ଜିଲାରେ ଚାଲିଥିବା ପ୍ରକଳ୍ପ ଗୁଡିକରେ ସ୍ୱଛତା ଆସିବା ସହିତ ଅନେକ ଯୋଜନାରେ ଦୁର୍ନୀତିର ପୋଲ ଖୋଲିବା ମଧ୍ୟ ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ଜିଲାରେ କଂଗ୍ରେସ ର ପଦକ୍ଷପ ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସହ ରାଜନୈତକ ମହଲରେ ଆଲୋଡନ ସୃଷ୍ଟି କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହାବ୍ୟତୀତ ଆସନ୍ତା ଅକ୍ଟୋବର ୧୫ ତାରିଖ ମଧ୍ୟରେ ଜିଲାରେ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମ ସମାପ୍ତ କରାଯିବା ସହିତ ନଭେମ୍ବର ୧୫ ତାରିଖଠାରୁ ଲଗାତାର ଭାବରେ ଗ୍ରାମ ଗୁଡିକରେ ପଦଯାତ୍ରା କରି ଲୋକଙ୍କୁ କଂଗ୍ରେସର ଆଭିମୁଖ୍ୟ ସଂପର୍କରେ ବାର୍ତ୍ତା ପ୍ରଦାନ କରାଯିବାର ଲକ୍ଷ ରହିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ କମିଟି ଆଇନ ସେଲର ସଭାପତି ବିଶ୍ୱଜିତ ମିଶ୍ର,ଜିଲା କଂଗ୍ରେସ କମିଟି ଉପସଭାପତି ସମରେଶ ମିଶ୍ର,ଗଣେଷ ଅଗ୍ରୱାଲାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

- Advertisement -

 

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories