www.samajalive.in
Wednesday, December 10, 2025
26.1 C
Bhubaneswar

ମୋଦୀ – ହାରିସ ଆଲୋଚନା: ଭାରତର ବହୁପକ୍ଷୀୟ ବନ୍ଧତ୍ବପୂର୍ଣ୍ଣ ପଦକ୍ଷେପକୁ ଆମେରିକାର ପ୍ରଶଂସା

ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଉପରାଷ୍ଟ୍ରପତି ହାରିସ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସହ ଆମେରିକା ଗସ୍ତରେ ଥିବା ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳକୁ ସ୍ୱାଗତ କରି କହିଛନ୍ତି ଯେ ଭାରତ କରୋନା ମହାମାରୀ ମୁକାବିଲା ଦିଗରେ ସାରା ବିଶ୍ୱରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଆଜି ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଗଣମାଧ୍ୟମକୁ ସମ୍ୱୋଧିତ କରି କହିଛନ୍ତି ଯେ ଭାରତ ସବୁ ସମୟରେ ଭାରତ-ଆମେରିକା ରଣନୀତିକ ଓ ରାଜନୈତିକ ବନ୍ଧୁ ଭାବେ ଉଭା ହୋଇଛି।

ହାରିସ କହିଛନ୍ତି ଯେ ଭାରତ-ଆମେରିକା ବନ୍ଧୁତା ସାରା ବିଶ୍ୱକୁ ସୁରକ୍ଷାର ବାର୍ତ୍ତା ଦେଇଛି। ସେ ଚଳିତ ବର୍ଷ ଜୁନ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ଆଲୋଚନା ପ୍ରସଙ୍ଗକୁ ସ୍ମରଣ କରି କହିଛନ୍ତି ଯେ, ପୂର୍ବ ଅପେକ୍ଷା ଏବେକାର ବିଶ୍ୱ ନିକଟବର୍ତ୍ତୀ ହେଉଛି ଓ ପରସ୍ପର ଉପରେ ନିର୍ଭରଶୀଳ ହେଉଛି। ଏହି ଅବସରରେ କରୋନା ମହାମାରୀର ମୁକାବିଲା ଓ ଜଳବାୟୁ ସଙ୍କଟ ଉପରେ ସେ ଆଗ୍ରହୀ ଥିବା ବିଷୟ ଉତଥାପନ କରି କହିଛନ୍ତି ଯେ ଭାରତ କରୋନା ମହାମାରୀ ମୁକାବିଲା ଦିଗରେ ସାରା ବିଶ୍ୱ ପାଇଁ ଟୀକା ଯୋଗାଇ ଦେଇଛି ଏବଂ ଭାରତ ଯେତେବେଳେ ଏହି ମହାମାରୀର ମୁକାବିଲା କରୁଥିଲା ସେତେବେଳେ ଆମେରିକା ମଧ୍ୟ ସହାୟତାର ହାତ ବଢ଼ାଇ ଥିଲା। ଭାରତ ପୁଣି ସାରା ବିଶ୍ୱକୁ ଟୀକା ଯୋଗାଇ ଦେବାକୁ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ପ୍ରଭାବଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ହାରିସ କହିଛନ୍ତି।

- Advertisement -

ଜଳବାୟୁ ସଙ୍କଟ ନେଇ ଭାରତର ପଦକ୍ଷେପଲୂ ପ୍ରଶଂସା କରି ହାରିସ କହିଛନ୍ତି ଯେ ଭାରତ-ଆମେରିକା ମିଳିତ ଭାବେ ଏହି ସଙ୍କଟ ଉପରେ କାର୍ଯ୍ୟ କରୁଛନ୍ତି। ସେ ମୋଦୀଙ୍କ ସହ ଏ ପ୍ରସଙ୍ଗରେ ଆହୁରି ଅଧିକ ଆଲୋଚନା ପର୍ଯ୍ୟାଲୋଚନା କରିବାକୁ ଆଗ୍ରହୀ ବୋଲି କହିଛନ୍ତି। ପ୍ରଶାନ୍ତ ମହାସାଗରୀୟ ଅଂଚଳକୁ ମୁକ୍ତ ରଖିବା ଦିଗରେ ହାରିସ ମତବ୍ୟକ୍ତ କରିବା ସହ କହିଛନ୍ତି ଯେ ବର୍ତମାନ ସମୟରେ ବିଶ୍ୱରେ ଗଣତନ୍ତ୍ର ପ୍ରତି ବିପଦ ରହିଥିବାରୁ ଏହାକୁ ଅଧିକ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବାର ସମୟ ଆସିଛି। ଉଭୟ ଦେଶର ନାଗରିକ ଯେଉଁ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁଭବ କରନ୍ତି ତାହା କିଭଳି ଆହୁରି କ୍ରିୟାଶୀଳ ହୋଇପାରିବ, ସେ ପ୍ରସଙ୍ଗରେ ମୋଦୀଙ୍କ ସହ ବିସ୍ତୃତ ଆଲୋଚନା ପାଇଁ ସେ ଆଗ୍ରହୀ ଥିବା କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ହୋଇଥିବା ଟେଲିଫୋନ ବାର୍ତ୍ତାଳାପ ବିଷୟ ଦୋହରାଇବା ସହ କହିଛନ୍ତି, ତାଙ୍କ ସହ ହୋଇଥିବା ବାର୍ତ୍ତାଳାପ ଅତ୍ୟନ୍ତ ଅତ୍ମୀୟତା ଓ ସ୍ୱାଭାବିକ ଥିଲା। ମୋଦୀ କହିଛନ୍ତି ଯେ ସେ ସମୟରେ ଭାରତ କୋଭିଡ ମହାମାରୀ ଜନିତ ବିଷମ ପରିସ୍ଥିତି ଦେଇ ଗତି କରୁଥିଲା ଓ ସେଭଳି ପରିସ୍ଥିତିରେ ଆମେରିକାର ସହାୟତା ପାଇଁ ମୋଦୀ କୃତଜ୍ଞତା ଜଣାଇଛନ୍ତି। ପ୍ରକୃତ ବନ୍ଧୁ ଭଳି ଭାରତ ସହ ଛିଡା ହୋଇଥିବାରୁ ମୋଦୀ ଉପରାଷ୍ଟ୍ରପତି ହାରିସଙ୍କୁ ପ୍ରଶଂସା କରିବା ସହ କିଭଳି ଭାରତର ସହାୟତା ପାଇଁ ଆମେରିକା ପ୍ରଶାସନ, ଉଦ୍ୟୋଗ କ୍ଷେତ୍ର ଓ ପ୍ରବାସୀ ଭାରତୀୟ ଏକଜୁଟ ହୋଇଥିଲେ ତାହା ବାସ୍ତବିକ ପ୍ରଶଂସନୀୟ ବୋଲି କହିଥିଲେ।

ମୋଦୀ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନ ଓ ଉପରାଷ୍ଟ୍ରପତି ହାରିସଙ୍କ ବିଜୟ ଓ କୋଭିଡ, ଜଳବାୟୁ ଓ କ୍ୱାର୍ଡ଼ ସମ୍ପର୍କରେ ନିଷ୍ପତ୍ତି ଓ ପଦକ୍ଷେପ ଅତ୍ୟନ୍ତ ପ୍ରଭାବଶାଳୀ ରହିଥିଲା। ଉଭୟ ଆମେରିକା ଓ ଭାରତ ଉଭୟ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆବଶ୍ୟକତା କ୍ଷେତ୍ରରେ ସମାନ ଚିନ୍ତାଧାରା ସମ୍ପନ୍ନ ଅଟନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ଯୋଗାଣ କ୍ଷେତ୍ର, ନୂତନ ଜ୍ଞାନକୌଶଳ ଓ ମହାକାଶ ଗବେଷଣା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବୁଝାମଣା ଜରୁରୀ ବୋଲି ମୋଦୀ କହିବା ସହ ହାରିସଙ୍କ ଉପରାଷ୍ଟ୍ରପତି ନିର୍ବାଚିତ ହେବା ବିଷୟକୟ ଐତିହାସିକ ଘଟଣା ବୋଲି ମୋଦୀ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଥିବା ଦ୍ବିପକ୍ଷୀୟ ସମ୍ପର୍କ ଆହୁରି ଉଚ୍ଚ ସ୍ତରକୁ ଉନ୍ନୀତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦୀ ହାରିସଙ୍କୁ ଭାରତ ଗସ୍ତରେ ଆସିବାକୁ ଏହି ଅବସରରେ ନିମନ୍ତ୍ରଣ ଦେଇଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories