www.samajalive.in
Monday, December 8, 2025
14.1 C
Bhubaneswar

ଆରଏସ୍‌ଏସ୍‌ ନେତାଙ୍କୁ ଆତଙ୍କବାଦୀଙ୍କ ହତ୍ୟା ଘଟଣା; କ୍ୟାମେରାରେ କଏଦ ହେଲା ଅଭିଯୁକ୍ତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କିସ୍ତୱାର ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣରେ ଆରଏସଏସ ନେତା ଚନ୍ଦରକାନ୍ତ ଶର୍ମା ଏବଂ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଗତ ମଙ୍ଗଳବାର ଏହି ଘଟଣା ଘଟିଥିଲା। ତେବେ ଘଟଣା ପରେ ହସ୍ପିଟାଲ ବାହାରକୁ ଆତଙ୍କବାଦୀ ଜଣକ ଦୌଡ଼ି ପଳାଉଥିବା ବେଳେ ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ କିସ୍ତୱାର ହସ୍ପିଟାଲରେ ଜଣେ ଆତଙ୍କବାଦୀ ବୁର୍ଖା ପିନ୍ଧି ପଶିଥିଲେ। ହସ୍ପିଟାଲରେ ଥିବା ଆରଏସଏସ ନେତା ଚନ୍ଦରକାନ୍ତ ଶର୍ମା ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଆତଙ୍କୀ ଜଣକ ହସ୍ପିଟାଲରୁ ଦୌଡ଼ି ପଳାଇଥିଲେ।

ଆକ୍ରମଣ ପୂର୍ବରୁ ଆତଙ୍କୀ ଜଣକ ଚନ୍ଦରକାନ୍ତଙ୍କୁ କିଛି ସମୟ ଧରି ପିଛା କରିବା ସହ ତାଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଶେଷରେ ତାଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ କହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଇଣ୍ଟରନେଟ ସଂଯୋଗ ଛିନ୍ନ କରିଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଯବାନଙ୍କୁ ମୁତୟନ କରଯାଇଛି। ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଡିଏସପିଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସଆଇଟି) ଗଠନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories