www.samajalive.in
Sunday, December 14, 2025
26.1 C
Bhubaneswar

ଇଂଲଣ୍ଡ ଟ୍ବେଣ୍ଟି୨୦ ଦଳରୁ ଆହତ ଜାସନ୍‌ ରୟ ବାଦ୍‌

ମାଞ୍ଚେଷ୍ଟର : ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ଘରୋଇ ଇଂଲଣ୍ଡ କ୍ରିକେଟ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି ଆହତ ବିସ୍ଫୋରକ ବ୍ୟାଟସମ୍ୟାନ୍ ଜାସନ୍‌ ରୟ। କିଛିଦିନ ତଳେ ଅଭ୍ୟାସ କରୁଥିବାବେଳେ ଜାସନ ଆହତ ହୋଇଥିଲା। ବୁଧବାର ପରୀକ୍ଷାରୁ ଜାସନଙ୍କ ବାମ ଜଂଘର ମାଂସପେଶୀରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିବାରୁ ଜାସନ୍‌ ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଇଂଲଣ୍ଡ କ୍ରିକେଟ୍ ବୋର୍ଡ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଶୁକ୍ରବାର, ଦ୍ବିତୀୟ ମ୍ୟାଚ୍‌ ରବିବାର ଓ ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories