www.samajalive.in
Saturday, December 6, 2025
19.1 C
Bhubaneswar

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯ ପରୀକ୍ଷଣ ଅଭିଯାନ : ରାଉରକେଲାରେ ଗଡ଼ିଲା ସଞ୍ଜିବନୀ ରଥ

ରାଉରକେଲା : କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ଜିଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯ ପରୀକ୍ଷଣ ଅଭିଯାନ ଆଜି ରାଉରକେଲାରେ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ କୋଭିଡ – ୧୯ ପରୀକ୍ଷା ଲାଗି ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଶେଷ କରି ବରିଷ୍ଠ ନାଗରିକ ମାନେ ଟେଷ୍ଟିଂ ଲାଗି ମହାନଗର ନିଗମ ପକ୍ଷରୁ ସ୍ଥାପିତ ପରୀକ୍ଷଣ କେନ୍ଦ୍ରକୁ ଆସିବାରେ ସମସ୍ୟା ଦେଖାଦେଉଥିବାରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏବେ ଏହି ଅଭିଯାନ ଅଧୀନରେ ସ୍ବାସ୍ଥ୍ୟ କର୍ମୀ ମାନେ ଏକ ସ୍ୱତନ୍ତ୍ର ଯାନ – ସଞ୍ଜିବନୀ ରଥରେ ସହରର ବିଭିନ୍ନ ଅଞ୍ଚଳ ବୁଲି ସେଠାରେ ବରିଷ୍ଠ ନାଗରିକଙ୍କ କୋଭିଡ – ୧୯ ପରୀକ୍ଷା କରିବେ। ଫଳରେ ବରିଷ୍ଠ ନାଗରିକ ମାନଙ୍କୁ ଆଉ ପରୀକ୍ଷଣ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ନିଜ ଘର ନିକଟରେ ହିଁ ସେମାନେ ଏହି ସେବା ପାଇପାରିବେ । ପ୍ରଶାସନର ଏପରି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଅଭିଯାନ ଆରମ୍ଭ ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପୁନଶ୍ଚ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱରୋପ ପୂର୍ବକ ପ୍ରଶାସନ ପକ୍ଷରୁ ଅତି ଅସୁସ୍ଥ ଯେପରିକି ହୃଦରୋଗୀ,ମଧୁମେହ, ଫୁସଫୁସ ଜନିତ ରୋଗ, ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ବରିଷ୍ଠ ନାଗରିକ ମାନଙ୍କ କରୋନା ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ୱାସ୍ଥ୍ୟଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏମାନଂକ ପାଇଁ ସ୍ୱତନ୍ତ୍ର ଭାବରେ ହାଇଟେକ ହସ୍ପିଟାଲ ରାଉରକେଲା ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ଏଣୁ ଏହାର ସୁବିଧା ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି ।
ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଖୁସିର ଖବର, ଆମ ଜିଲ୍ଲାରେ ପ୍ଳାଜ଼ାମା ଦାନ ପାଇଁ ବିଶେଷ ଆଗ୍ରହ ବୃଦ୍ଧି ପାଇଛି, ଏଥି ପାଇଁ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ୨ ଗୋଟି ଦଳ ପ୍ଳାଜ଼ମା ଦାନ ନିମନ୍ତେ ଘରକୁ ଘର ଯାଇ ପରାମର୍ଶ ଦେଉଛନ୍ତି, ପୂର୍ବରୁ ପ୍ଳାଜ଼ାମା ଦାନ ନିମନ୍ତେ ରକ୍ତନମୁନା ପରୀକ୍ଷା ପାଇଁ ମେଡିକାଲ ସେଣ୍ଟରକୁ ଆସିବାକୁ ପଡୁଥିଲା ମାତ୍ର ଏବେ ରକ୍ତ ନମୁନା ପରୀକ୍ଷା ବ୍ୟକ୍ତି ଙ୍କ ଘରେ ହିଁ କରାଯାଉଛି । ବିଶେଷ କରି ଏହି ମହତ ଦାନ ପାଇଁ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ପରାମର୍ଶ ଏବଂ ସମ୍ପୃକ୍ତି ବର୍ତମାନ ଜିଲ୍ଲାର ପ୍ଳାଜ଼ାମା ଦାନ ବୃଦ୍ଧି ପାଇ ଦ୍ବିଗୁଣିତ ହୋଇପାରିଛି। ଏହି ମହତ ଯୋଗଦାନ ପାଇଁ ବିଧାୟକ ଶ୍ରୀ ନାୟକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସାଧୁବାଦ ଜଣାଇବା ସହ ପ୍ଲାଜମା ଦାତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories