ପଲସରରେ ଆସି ଲୁଟିଲେ ୮ ଲକ୍ଷ
ରାଉରକେଲା : ରାଉରକେଲା ସେକ୍ଟର -୧୯ ଥାନା ନିକଟରେ ଆଜି ଏକ ବଡ ଧରଣର ଲୁଟ ହୋଇଛି। ପଲସରରେ ଆସି ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ ଠାରୁ ଗୋଟିଏ ବାଇକରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.