www.samajalive.in
Saturday, December 6, 2025
26.1 C
Bhubaneswar

ବୁଧବାର ଠାରୁ ୧୨ ରୁ ୧୪ ବର୍ଷ ପିଲା ନେବେ କରୋନା ଟିକା

ନୂଆଦିଲ୍ଲୀ : କରୋନା ବିରୁଦ୍ଧରେ ଜାରି ରହିଛି ଲଢେଇ। କରୋନାକୁ ଜିତିବା ପାଇଁ ସମସ୍ତ ନିୟମ ମାନିବା ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ପିଲାମାନଙ୍କ ପାଇଁ ଟୀକାକରଣକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ୱସ୍ତିକର ଖବର। ପୂର୍ବରୁ ବୟସ୍କ ଓ ୧୮ ବୟସରୁ ଅଧିକ ସଭିଁଙ୍କୁ ଟିକାକରଣ ଜାରି ରହିଥିବା ବେଳେ ଏବେ ୧୨ ରୁ ୧୪ ବର୍ଷ ପିଲା ନେବେ କରୋନା ଟିକା। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ବାୟୋଲୋଜିକାଲ୍‍ -ଇ ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ୧୬ ରୁ ୧୨ ରୁ ୧୪ ବର୍ଷର ପିଲାମାନଙ୍କୁ ଟିକାକରଣ କରାଯିବ ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି , ବର୍ତ୍ତମାନ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍‍ ନେଇପାରିବେ। ଏଥିପାଇଁ ଥିବା ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ବୁଷ୍ଟର ଡୋଜ୍‍ ନେବା ପାଇଁ କେବଳ ଆଗଧାଡିର କର୍ମଚାରୀ ଏବଂ ଗୁରୁତର ରୋଗରେ ପୀଡ଼ିତ ବୟସ୍କମାନଙ୍କ ପାଇଁ ଅନୁମତି ଦିଆଯାଇଥିଲା ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories