www.samajalive.in
Monday, December 8, 2025
14.1 C
Bhubaneswar

ଗଣଶିକ୍ଷକଙ୍କୁ ଦୁଇ ମାସ ହେଲା ମିଳିନି ଦରମା

ରାଉରକେଲା: ଚାକିରି କରୁଥିବା ଲୋକ ଦରମାକୁ ହିଁ ମୁଖ୍ୟ ସମ୍ବଳ କରିଥାଏ। ପରିବାର ପ୍ରତିପୋଷଣ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀ ପର୍ଯ୍ୟନ୍ତ ଏହି ଦରମାହିଁ ତା’ ପାଇଁ ସବୁକିଛି ହୋଇ ଥାଏ। କିନ୍ତୁ ଗଣଶିକ୍ଷକଙ୍କ ପାଇଁ ସରକାରଙ୍କ ତାରତମ୍ୟ ନୀତି ତଥା ଦରମା ପ୍ରଦାନରେ ଅହେତୁକ ବିଳମ୍ବ ଚିନ୍ତାର କାରଣ ହୋଇଛି। ସାବିତ୍ରୀ ଓଷା ଯିବା ପରେ ରଜ ପର୍ବ ମଧ୍ୟ ଦିନକ ପରେ ଶେଷ ହେବ। କିନ୍ତୁ ଗତ ୨ମାସ ହେଲା ଏହି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦରମା ମିଳିନାହିଁ। ଯେମିତି ପର୍ବ ପର୍ବାଣୀ ଏମାନଙ୍କ ପାଇଁ ସରକାରଙ୍କ ନିକଟରେ କିଛି ମାନେ ରଖୁନାହିଁ। ଜିଲାର ୧୭ଟି ବ୍ଲକରେ କାର୍ଯ୍ୟରତ ନିୟମିତ ୧୪୯୫ ଜଣ ଓ ନିୟମିତ ହୋଇନଥିବା ୧୬୨ ଜଣ ଗଣଶିକ୍ଷକଙ୍କୁ ଦରମା ମିଳିନାହିଁ। ଏହିଭଳି ଘଟଣା ସେମାନଙ୍କ ପାଇଁ ଦେହସୁହା ହୋଇ ଯାଇଛି। ଏପରିକି ବେଳେ ବେଳେ ୩ମାସ ପରେ ଦରମା ମିଳିଥାଏ। ଏହି ଶିକ୍ଷକମାନଙ୍କର ଅନ୍ୟ ସରକାରୀ ଶିକ୍ଷକଙ୍କ ପରି ଟ୍ରେଜେରୀ ମାଧ୍ୟମରେ ଦରମା ବ୍ୟବସ୍ଥା ହୋଇ ନାହିଁ। ସେମାନଙ୍କ ଦରମା ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଜିଲା ପ୍ରକଳ୍ପ ସଂଯୋଜକ ନିକଟକୁ ଆସେ। ସେଠାରୁ ଏହି ଅର୍ଥ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥାଏ। ଉଭୟ ନିୟମିତ ହୋଇଥିବା ଓ ନିୟମିତ ହୋଇନଥିବା ଗଣ ଶିକ୍ଷକ ଏହି ବ୍ୟବସ୍ଥାରେ ଦରମା ପାଇଥାନ୍ତି।

ନିୟମିତ ହୋଇନଥିବା ଗଣଶିକ୍ଷକ ମାତ୍ର ୭ହଜାର ଟଙ୍କା ଦରମା ପାଇଥାନ୍ତି। ଏହି ଦରମାରେ ତାଙ୍କ ପରିବାର ଚଳିବା କଷ୍ଟ। ଯଦି ଏଭଳି ସ୍ଥିତିରେ ଦରମା ବିଳମ୍ବରେ ଆସେ, ସେମାନଙ୍କ ଅବସ୍ଥା କଣ ହେବ, ତାହା ସହଜରେ ଅନୁମେୟ। ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଦରମା ଓସେପାରୁ ଆସିଥାଏ। ଏହି ଦରମା ଆସିବା ପରେ ଏହା ପ୍ରଦାନ କରାଯାଇଥାଏ। ଅନ୍ୟ ସରକାରୀ ଶିକ୍ଷକଙ୍କ ପରି ସେମାନଙ୍କ ଦରମାକୁ ଟ୍ରେଜେରୀ ମାଧ୍ୟମରେ ପ୍ରଦାନ ପାଇଁ ବ୍ୟବସ୍ଥା କରିଲେ, ବାରମ୍ବାର ସେମାନଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ବୋଲି ଗଣଶିକ୍ଷକଙ୍କ ପାଇଁ କାର୍ଯ୍ୟକରୁଥିବା ଶିକ୍ଷକ ନେତା କହିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିମାସରେ ନିୟମିତ ଦରମା ପ୍ରଦାନ ପାଇଁ ଆନ୍ତରିକତାର ସହ ପଦକ୍ଷେପ ନେବାକୁ ଦାବି କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories