www.samajalive.in
Thursday, December 11, 2025
13.1 C
Bhubaneswar

ରୋଟାରୀ କଳିଙ୍ଗ ସମ୍ମାନ-୨୦୨୪

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ ଭୁବନେଶ୍ୱରର କଳ୍ପନା ଛକ ନିକଟରେ ଥିବା ଭଞ୍ଜ କଳା ମଣ୍ଡପ ଠାରେ  “ରୋଟାରୀ କଳିଙ୍ଗ ସମ୍ମାନ-୨୦୨୪” ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ, ସମାଜସେବା, ସ୍ୱାସ୍ଥ୍ୟ ସେବା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ତିନିଜଣ ପ୍ରମୁଖ ବ୍ୟକ୍ତିତ୍ୱ ଶ୍ରୀମତୀ ରାଇମତୀ ଘିଉରିଆ, ଶ୍ରୀମତୀ ଦମୟନ୍ତୀ ରାଉତ ଏବଂ ଶ୍ରୀ ବିନୋଦ ମହାରଣାଙ୍କୁ “ରୋଟାରୀ କଳିଙ୍ଗ ସମ୍ମାନ ୨୦୨୪”   ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ୩୨୬୨ ଗଭର୍ଣ୍ଣର ରୋଟାରୀଆନ ଜୟଶ୍ରୀ ମହାନ୍ତି ମୁଖ୍ୟ  ଅତିଥି ତଥା ଡିଷ୍ଟ୍ରିକ୍ଟ-୩୨୬୨ର  ଗଭର୍ଣ୍ଣର (ବର୍ଷ ୨୦୨୪-୨୫ ନିର୍ବାଚିତ ) ରୋଟାରୀଆନ  ଯଜ୍ଞାଶିଷ  ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  କାର୍ଯ୍ୟକ୍ରମରେ ଡିଜିଏନଡି (ବର୍ଷ ୨୦୧୬-୨୭ ) ଅନୀଲ କୁମାର ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ଏହି ଅବସରରେ ରୋଟାରୀ କ୍ଲବ୍ ଭୁବନେଶ୍ୱର କଳିଙ୍ଗର ସଭାପତି ରୋଟାରିଆନ୍ ତ୍ରିଲୋକ ରଂଜନ ଦାଶ କହିଛନ୍ତି ଯେ, ରୋଟାରୀ ଇଣ୍ଟରନ୍ୟାସନାଲ୍ ସଦସ୍ୟ ଭାବରେ ଆମେ ସର୍ବଦା ସମାଜର ସେବା ପାଇଁ ଉତ୍ସର୍ଗୀକୃତ। ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର କଳିଙ୍ଗ  ରୋଗ ନିରାକରଣ ଏବଂ ଚିକିତ୍ସା, ଜଳ ପରିମଳ ଏବଂ ସ୍ୱଚ୍ଛତା,ମୌଳିକ ଶିକ୍ଷା ଏବଂ ସାକ୍ଷରତା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ସମ୍ପ୍ରଦାୟର ଅର୍ଥନୈତିକ ବିକାଶ ଏବଂ ସହାୟକ ପରିବେଶ ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ ସବୁ ସମୟରେ ଧ୍ୟାନ ଦେଇଛି  । ଯେଉଁମାନେ ସବୁ ବେଳେ ଏହି ସବୁ କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ପ୍ରେରଣାର ଉର୍ତ୍ସ ହୋଇରହିଛନ୍ତି ଏବଂ ରହିବେ ସେହିମାନଙ୍କୁ ଆମେ ରୋଟାରୀ କଳିଙ୍ଗ ସମ୍ମାନରେ ସମ୍ମାନିତ କରୁଛୁ। ଆଜି ଆମେ ୩ ଜଣଙ୍କୁ ରୋଟାରୀ କଳିଙ୍ଗ ସମ୍ମାନ – ୨୦୨୪ ରେ ସମ୍ମାନିତ କରିଛୁ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ।

ରୋଟାରୀ କ୍ଲବ୍ ଭୁବନେଶ୍ୱର କଳିଙ୍ଗର ପୂର୍ବତନ ସଭାପତି ତଥା ରୋଟାରୀ କଳିଙ୍ଗ ସମ୍ମାନ ୨୦୨୪ କମିଟିର ଚେୟାରମ୍ୟାନ୍ ରୋଟାରିୟାନ୍ ରାଧା ମୋହନ ପଟ୍ଟନାୟକ, ଏହି ସମ୍ମାନଜନକ ପୁରସ୍କାରର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇଥିଲେ । ରୋଟାରିଆନ୍ ଶିବ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନା ସମାରୋହ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ଆଦୃତ ଚିଲ୍ଡ୍ରେନ ହୋମର  କଳାକାରମାନେ ଏକ ଆକର୍ଷଣୀୟ ନୃତ୍ୟ ଉପସ୍ଥାପନ କରିଥିଲେ ଏବଂ ସୁର୍ ତରଙ୍ଗ ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ତରଫରୁ ପୂର୍ବତନ ସଭାପତି ମନୀନ୍ଦ୍ର କୁମାର ପାଣିଗ୍ରାହୀ, ହାଡିବନ୍ଧୁ ପଟ୍ଟନାୟକ, ଅନୁପ କୁମାର ପାଣିଗ୍ରାହୀ, ସଂଜୟଲାଲ ବୋଷ, ଦେବଯାନୀ ବୋଷ, ଚାର୍ଟର ସଭାପତି ଅଶୋକ କୁମାର ମହାପାତ୍ର,  ଶର୍ମିଷ୍ଠା ମହାନ୍ତି,  ସୀମା ନାୟକ, ଆଶୁତୋଷ ନନ୍ଦ, ଶରତଚନ୍ଦ୍ର ଲେଙ୍କା, ମନୋରଞ୍ଜନ ପୋଥାଳ, ମନୋରଞ୍ଜନ ମିଶ୍ର, ମାନବେନ୍ଦ୍ର ମିଶ୍ର, ସୂର୍ଯ୍ୟନାରାୟଣ ନାୟକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories