www.samajalive.in
Monday, December 8, 2025
13.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଗୋଲାପ ଜଳ

ସଭିଏଁ ଇଚ୍ଛା କରିଥାଆନ୍ତି ତାଙ୍କ ମୁହଁ ସୁନ୍ଦର ଓ ଉଜ୍ଜଳ ଦେଖାଯାଉ। ଏଥିପାଇଁ ବଜାରରେ ହେଉଥିବା ବିଭିନ୍ନ କ୍ରିମ ମଧ୍ୟ ବ୍ୟବହାର କରିଥାଆନ୍ତି। ଏହି କ୍ରିମ ଓ ଅନ୍ୟାନ୍ୟ ବିୟୁଟି ଦ୍ରବ୍ୟ ସହ ଆପଣ ଗୋଲାପ ଜଳକୁ ସାମିଲ କରନ୍ତୁ। ଗୋଲାପ ଜଳ ଏପରି ଏକ ପ୍ରାକୃତିକ ଉପାୟ ଯାହାର ବ୍ୟବହାରରେ ଆପଣଙ୍କ ତ୍ୱଚାକୁ ସୁନ୍ଦର କରିପାରିବେ। ଗୋଲାପ ଜଳରେ ପ୍ରାକୃତିକ ତତ୍ତ୍ୱ ଓ ଆଣ୍ଟିସେଫଟିକ ଗୁଣ ରହିଛି। ଏହା ଆପଣଙ୍କ ମୁହଁରେ ଥିବା ଦୂଷିତ ପଦାର୍ଥକୁ ବାହାର କରିଥାଏ।
ଏହାର ନିୟମିତ ବ୍ୟବହାର କରିବା ମୁହଁ ପାଇଁ ଆଶୀର୍ବାଦ ଅଟେ। ଏଥିରେ ଥିବା ଆଣ୍ଟିସେଫଟିକ ଗୁଣ ଆପଣଙ୍କ ମୁହଁର ପିଏଚ ସ୍ତରକୁ ସନ୍ତୁଳିତ ରଖିଥାଏ।
ଗୋଲାପ ଜଳର ବ୍ୟବହାର ଦ୍ୱାରା ଆପଣ ସତେଜ ଅନୁଭବ କରିଥାଆନ୍ତି। ଏତଦ ବ୍ୟତୀତ ଏହା ସମସ୍ତ ପ୍ରକାରର ସ୍କିନ ପାଇଁ ମଧ୍ୟ ଲାଭଦାୟକ ଅଟେ।
ବଜାରରରେ ବିକ୍ରି ହେଉଥିବା ବିଭିନ୍ନ କମ୍ପାନୀର ଗୋଲାପ ଜଳ ବ୍ୟବହାର କରି ପାରିବେ। ମାତ୍ର ଆୟୁର୍ବେଦିକ ଗୋଲାପ ଜଳ ମୁହଁ ପାଇଁ ବେଶ ହିତକାରକ ଅଟେ।
ଗୋଲାପ ଜଳର ନିୟମିତ ବ୍ୟବହାର ମୁହଁର ଶୁଷ୍କତାକୁ ଦୂର କରିଥାଏ।
ବାହାରକୁ ଯାଇଥିଲେ ଘରକୁ ଆସି ତୁରନ୍ତ ଗୋଲାପ ଜଳରେ ମୁହଁ ପୋଛିବା ଦ୍ୱାରା ବାହାରର ଅପରିଷ୍କାର ପଦାର୍ଥ ମୁହଁର ଚର୍ମ ଭିତରକୁ ଯାଇପାରିନଥାଏ। ଫଳରେ ଆପଣଙ୍କ ମୁହଁର ରଙ୍ଗରେ କୌଣସି କୁପ୍ରଭାବ ପକାଇନଥାଏ।
ଆପଣ ନିୟମିତ ରାତିରେ ଗୋଲାପ ଜଳରେ ମୁହଁ ପୋଛି ଶୋଇବା ଦ୍ୱାରା ମୁହଁ ଉଜ୍ୱଳ ଓ ଗୋରା ହୋଇଥାଏ।
ନିୟମିତ ଏକ ମାସ ଦିନକୁ ୨ ଥର ଗୋଲାପ ଜଳରେ ମୁହଁ ପୋଛିଲେ ଆପଣ ନିଜେ ଅନୁଭବ କରିବେ ଏହା ମୁହଁ ପାଇଁ ଖୁବ ଉପକାରୀ।
ଗ୍ଲିସରିନ ସହ ଗୋଲାପ ଜଳ ମିଶାଇ ସପ୍ତାହକୁ ୩ ରୁ ୪ଥର ଲଗାନ୍ତୁ। ଏହା ମୁହଁକୁ ଉଜ୍ୱଳ ଓ ଗୋରା କରିଥାଏ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories