ଯୁବ କଂଗ୍ରେସର ରୋଜଗାର ଦିଅ ନ୍ୟାୟ ଦିଅ ଅଭିଯାନ

କଟକ: ରାହୁଲ ଗାନ୍ଧୀଙ୍କ ରୋଜଗାର ଦୋ ନ୍ୟାୟ ଦୋ ଅଭିଯାନକୁ କଟକ ନଗର ଯୁବ କଂଗ୍ରେସ ଦ୍ଵାରା ଆରମ୍ଭ କରାଯାଇଛି। ୨୦୧୪ ରେ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ କି, ପ୍ରତ୍ୟେକ ବର୍ଷ ୨ କୋଟି ନିଯୁକ୍ତି ଦିଆଯିବ। କିନ୍ତୁ ସେ ପ୍ରତିଶ୍ରୁତି ପୂରଣ ନକରିବାରୁ ୨୦୧୪ ରୁ ୨୦୨୪ ଭିତରେ ୨୨ କୋଟି ଯୁବକ ସରକାରୀ ନିଯୁକ୍ତି ପାଇଁ ଆବେଦନ କରିଥିବା ସମୟରେ, କେବଳ ୭ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିଛି ବୋଲି କର୍ମୀମାନେ ଅଭିଯୋଗ କରିଛନ୍ତି। ନଗର ଯୁବ କଂଗ୍ରେସ ସଭାପତି ଡକ୍ଟର ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ ପ୍ରିୟଜିତ ରାୟ, ଜିଲା ଉପସଭାପତି ଶିଶିର ରଥ ଓ ମନୋଜ ବିଶ୍ୱାଳ, କଟକ ଜିଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ, ରାଜ୍ୟ ସମ୍ପାଦକ ସତ୍ୟଜିତ ସେଠୀ ଏବଂ ଅମିତ ବିଷୋୟୀଙ୍କ ସମେତ ବହୁ ଯୁବ କଂଗ୍ରେସ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.