www.samajalive.in
Tuesday, December 9, 2025
15.1 C
Bhubaneswar

ଟେଷ୍ଟ ଓପନର୍‌ ଭାବେ ରୋହିତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୨ରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବେ ରୋହିତ ଶର୍ମା। ଗୁରୁବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଶା ଅନୁସାରେ, ଦଳରୁ ଓପ୍‌ନର କେ.ଏଲ୍‌. ରାହୁଲଙ୍କୁ ବାଦ୍ ଦିଆଯାଇଛି। ରୋହିତ ଶର୍ମା ଦଳରେ ସ୍ଥାନ ବଜାୟ ରଖିଥିବା ବେଳେ ସେ ହିଁ ଉକ୍ତ ସିରିଜ୍‌ରେ ଇନିଂସ ଓପନ୍‌ କରିବେ ବୋଲି ମନୋନୟନ କମିଟି ଅଧ୍ୟକ୍ଷ ଏମ୍‌.ଏସ୍.କେ. ପ୍ରସାଦ ସ୍ପଷ୍ଟ କରିଛନ୍ତି।
ଗତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ରାହୁଲ ଉଭୟ ଟେଷ୍ଟରେ ଇନିଂସ ଓପନ୍‌କରି ବିଫଳ ହୋଇଥିଲେ। ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‌ରେ ମୟଙ୍କ ଅଗ୍ରୱାଲଙ୍କ ସହ ରୋହିତ ଶର୍ମା ଓପନ୍‌ କରିବେ। ରୋହିତଙ୍କୁ ଓପ୍‌ନର ଭାବେ ଖେଳାଇବା ନେଇ ପ୍ରସାଦ କହିଛନ୍ତି, ଗତ ଏକ ଦଶନ୍ଧି ହେଲା ରୋହିତ ଦିନିକିଆରେ ବେଶ୍‌ ଭଲ ପ୍ରଦର୍ଶନ କରୁଥିବାରୁ ଟେଷ୍ଟମ୍ୟାଚ୍‌ରେ ରୋହିତଙ୍କୁ ଓପନର୍‌ ଭାବେ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି ଏବଂ ସେ ଏଥିପାଇଁ ଆଗ୍ରହୀ ଅଛନ୍ତି। ୨୦୧୩ରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୨ଟି ଶତକ ମାରିଥିଲେ। ତେବେ ସ୍ବିଙ୍ଗ୍ କରୁଥିବା ବଲ୍‌ ବିପକ୍ଷରେ ତାଙ୍କ ଦୁର୍ବଳତା ଯୋଗୁଁ ଅଦ୍ୟାବଧି ସେ ମାତ୍ର ୨୭ଟି ଟେଷ୍ଟମ୍ୟାଚ୍ ଖେଳି ୪୦ ଆଭ୍‌ରେଜ୍‌ରେ ସ୍କୋର୍ କରିଛନ୍ତି। ତେବେ ରୋହିତ ଓପନର୍‌ ଭାବେ ଦକ୍ଷିଣଆପ୍ରିକା ବିପକ୍ଷରେ କେତେ ସଫଳତା ପାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ରୋହିତ ଭାରତୀୟ ଟେଷ୍ଟ ଦଳର ମଧ୍ୟଭାଗରେ ବ୍ୟାଟିଂ କରୁଥିଲେ। ତେବେ ବର୍ତ୍ତମାନ ମଧ୍ୟଭାଗରେ ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଚମତ୍କାର ପ୍ରଦର୍ଶନ କରୁଥିବାରୁ ମଧ୍ୟଭାଗରେ ରୋହିତ ପୁନର୍ବାର ସ୍ଥାନ ପାଇବା ଆଶା କ୍ଷୀଣ। ଯଦି ରୋହିତ ଓପନର୍‌ ଭାବେ ସଫଳତା ନ ପାଆନ୍ତି ତେବେ ତାଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ଆଶଙ୍କା ସୃଷ୍ଟି ହେବ। ବାସନ୍ଦାଦେଶ ଉଠିବା ପରେ ଯୁବ ଓପନର୍‌ ପୃଥ୍ବୀ ସ’ ଭାରତୀୟ ଦଳକୁ ଫେରିବେ। ଏପରି ପରିସ୍ଥିତିରେ ଟେଷ୍ଟ ଓପନର୍‌ ଭାବେ ନିଜ ସ୍ଥାନ ବଜାୟ ରଖିବାକୁ ରୋହିତଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କାଗିସୋ ରାବାଡ଼ା ଓ ଲୁଙ୍ଗି ଏନ୍‌ଗିଡ଼ିଙ୍କ ପରି ଦ୍ରୁତ ବୋଲର ଥିବାରୁ ରୋହିତ ସେମାନଙ୍କ ବିପକ୍ଷରେ କିପରି ସଫଳତା ପାଉଛନ୍ତି ତାହା ଦେଖିବାକୁ ବାକି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories