www.samajalive.in
Monday, December 8, 2025
27.1 C
Bhubaneswar

ଆର୍ଯ୍ୟନଙ୍କୁ ବିବାହ ପ୍ରସ୍ତାବ

ମୁମ୍ବଇ: କିଙ୍ଗ ଖାନ୍ ଶାହରୁଖ୍‌ଙ୍କ ବଡ଼ ପୁଅ ହେଲେ ଆର୍ଯ୍ୟନ୍ ଖାନ୍। ଲଣ୍ଡନରେ ପାଠପଢ଼ା ଯଥା ଶୀଘ୍ର ଶେଷ କରି ମୁମ୍ବଇ ଫେରି କ୍ୟାରିୟର ଗଢ଼ିବାକୁ ବ୍ୟତିବସ୍ତ ହେଲେଣି ସେ। ନିକଟରେ ମୁକ୍ତିଲାଭ କରିଥିବା ‘ଦ ଲାୟନ୍ କିଙ୍ଗ୍’ରେ ଆର୍ଯ୍ୟନ୍ ପ୍ରଥମଥର ସିମ୍ବା ଚରିତ୍ର ପାଇଁ ସ୍ବର ଦେଇ ଚର୍ଚ୍ଚା ପରିସରକୁ ଆସିଥିଲେ।
ଏପରିକି ପ୍ରଯୋଜକ ତଥା ଶାହରୁଖ୍‌ଙ୍କ ଘନିଷ୍ଠ ବନ୍ଧୁ ଅନେକଥର କଥା ପ୍ରସଙ୍ଗରେ କହିସାରିଛନ୍ତ ଯେ ଆର୍ଯ୍ୟନ୍‌‌‌ ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ରରେ ହିଁ କାମ ଆରମ୍ଭ କରିବେ। ସୋସିଆଲ ସାଇଟ୍‌ରେ ମଧ୍ୟ ଖୁବ୍ ଲୋକପ୍ରିୟ ଏହି ତାରକା ପୁତ୍ର। ଇନଷ୍ଟାଗ୍ରାମ୍‌ରେ ତାଙ୍କର ୧୦ହଜାର ପ୍ରଶଂସକ ଥିବାବେଳେ ତାଙ୍କୁ ସେଠାରେ ଯୁବତୀମାନେ ବିବାହ ପ୍ରସ୍ତାବ ମଧ୍ୟ ଦେଲେଣି। ସମସ୍ତେ ଆର୍ଯ୍ୟନ୍‌ଙ୍କ ପ୍ରଶଂସା କରିବା ସହ ଜଣେ ବିଦେଶୀ ଯୁବତୀ ଲେଖିଛନ୍ତି, ସେ ଆର୍ଯ୍ୟନ୍‌ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏ ବାବଦରେ ଶାହରୁଖ୍‌ଙ୍କୁ ପଚରା ଯିବା ପରେ ସେ ସ୍ମିତ ହସି କହିଛନ୍ତି, ମୋ ପୁଅ ଆଗେ କ୍ୟାରିୟର ତ’ ଆରମ୍ଭ କରୁ। ତା’ ପରେ ଅନ୍ୟ ପ୍ରସଙ୍ଗ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories