www.samajalive.in
Thursday, December 11, 2025
14.1 C
Bhubaneswar

ଡିଆରଡିଓ ବୈଜ୍ଞାନିକ ଗିରଫ

ନୂଆଦିଲ୍ଲୀ,୧୮ା୧୨: ରାଜଧାନୀ ଦିଲ୍ଲୀର ରୋହିଣୀସ୍ଥିତ ଅଦାଲତର ୧୦୨ ନମ୍ବର କୋଠରିରେ ଚଳିତ ମାସ ୯ରେ ହୋଇଥିବା ବିସ୍ଫୋରଣ ପାଇଁ ଜଣେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକ ଦାୟୀ। ଏହା ଜଣା ପଡ଼ିବା ପରେ ଦିଲ୍ଲୀ ପୁଲିସ ଶନିବାର ତାଙ୍କୁ ଗିରଫ କରିଛି। ବ୍ୟକ୍ତିଗତ ବିବାଦକୁ ନେଇ ଜଣେ ଓକିଲଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ଏହି ବିସ୍ଫୋରଣ ଘଟାଇଥିଲେ ଏବଂ ଏଥିରେ ଆଇଇଡି ଭଳି ବିସ୍ଫୋରକ ବ୍ୟବହୃତ ହୋଇଥିଲା ବୋଲି ପୁଲିସ କହିଛି।

 

- Advertisement -

ସିସିଟିଭି ଚିତ୍ର ଓ ଅନ୍ୟ ପ୍ରମାଣ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି ଏବଂ ସେ ଦୋଷ ସ୍ବୀକାର କରିଥିବା ପ୍ରକାଶ। ଓକିଲଙ୍କୁ ହତ୍ୟା କରିବା ତାଙ୍କର ଅଭିପ୍ରାୟ ଥିଲା ବୋଲି ସେ କହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ନିଶାଣରେ ଥିବା ଆଇନଜୀବୀ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ୧୦ରୁ ଅଧିକ ମାମଲା ରୁଜୁ କରିଥିଲେ ଓ ଏଥିରେ କ୍ଷୁବ୍ଧ ବୈଜ୍ଞାନିକ ମାନସିକ ଭାରସାମ୍ୟ ହରାଇ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ପୁଲିସ କହିଛି।

 

ସେ ଆଇଇଡି ବିସ୍ଫୋରକ ବ୍ୟବହାର ଓ ବୋମା ପ୍ରସ୍ତୁତି ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଆଇଇଡି ବିସ୍ଫୋରକ ଥିବା ବୋମା ଠିକ୍‌ ଭାବେ ବନ୍ଧା ହୋଇ ନ ଥିବାରୁ ବିସ୍ଫୋରଣର ମାତ୍ରା ସ୍ବଳ୍ପ ଥିଲା; ନଚେତ୍ ଏହା ବଡ଼ ଅଘଟଣ ଘଟାଇବା ଆଶଙ୍କା ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ବିସ୍ଫୋରଣରେ ମାତ୍ର ଜଣେ ଆହତ ହୋଇଥିଲାବେଳେ ବିଶେଷ କିଛି କ୍ଷୟକ୍ଷତି ଘଟି ନ ଥିଲା। ପୂର୍ବରୁ ଏହି ଘଟଣା ପଛରେ ଇସ୍‌ଲାମିକ ଆତଙ୍କବାଦୀ ଗୋଷ୍ଠୀ ସମ୍ପୃକ୍ତ ଥିବା କୁହାଯାଇଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories