ପୁଣି ଇଡିରେ ହାଜର ହେଲେ ରବର୍ଟ ଭଦ୍ରା
ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ(ଭଦ୍ରା)ଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଶୁକ୍ରବାର ପଞ୍ଚମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ଲଣ୍ଡନରେ ୧୯ ଲକ୍ଷ ପାଉଣ୍ଡ୍ ମୂଲ୍ୟର ସମ୍ପତ୍ତି କିଣିବା ସଂକ୍ରାନ୍ତ କଳାଧନ ମାମଲାରେ ଭଦ୍ରାଙ୍କୁ ଜେରା କରାଯାଉଛି । ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ତାଙ୍କୁ ଏହି ମାମଲାରେ ଜେରା କରାଯାଇଥିଲା । ତଦନ୍ତରେ ସହଯୋଗ କରିବାପାଇଁ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।