www.samajalive.in
Saturday, December 6, 2025
26.1 C
Bhubaneswar

କରଣପଲ୍ଲୀରେ ଚୋରା ମଦକୁ ନେଇ ମହିଳାଙ୍କ ରାସ୍ତାରୋକ

ଧାମରା: ଧାମରା ନିକଟସ୍ଥ କରଣପଲ୍ଲୀ ପଂଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବଢିବାରେ ଲାଗିଛି। ଏହି ଚୋରା ମଦ ବେପାରକୁ ବନ୍ଦ କରିବାକୁ ନେଇ ସ୍ଥାନୀୟ ମହିଳା ବହୁବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ଦିନ ୧୨ଟା ସମୟରେ ସେହି ଗ୍ରାମର ବଟ ମହାଳିକ ଏବଂ କାଳିଆ ମଣ୍ଡଳ ଏକ ବାଇକରେ ମଦ ନେଇ ଯାଉଥିବା ଖବର ପାଇ ସ୍ଥାନୀୟ ମହିଳା ସେମାନଙ୍କୁ କରଣପଲ୍ଲୀ ଛକ ଠାରେ ଅଟକାଇଥିଲେ। ସ୍ଥାନୀୟ ମହିଳା ମାନେ ସେମାନଙ୍କୁ ଅଟକାଇ ନିସ୍ତୁକ ମାଡ ମାରିବା ସହ ସେମାନେ ନେଉଥିବା ୨ ପେଟି ମଦକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଥିଲେ । ଘଟଣାସ୍ଥଳରୁ ୨ଜଣ ଆସାମୀ ଫେରାର ହୋଇ ଯାଇଥିବା ଜଣାଯାଇଛି। ପରେ ଉତ୍ୟକ୍ତ ମହିଳା ମାନେ ଅଟକାଇଥିବା ବାଇକକୁ ବାଡେଇ ଭାଙ୍ଗିଥିଲେ ଏବଂ ଏତିକିରେ ମହିଳା ମାନଙ୍କ ରାଗ ଶାନ୍ତ ହୋଇ ନଥିଲା,ସେମାନେ ବାସୁଦେବପୁର- ଧାମରା ରାସ୍ତାକୁ କରଣପଲ୍ଲୀ ଛକ ଠାରେ ଅବରୋଧ କରିଥିଲେ । ଦିନ ୧୨ଟା ସମୟରୁ ଏହି ରାସ୍ତା ଦେଇ ସମସ୍ତ ଯାନବାହନ ବନ୍ଦ ହୋଇ ପଡିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କରଞମାଳ ଏଏସଆଇ ଦାସ ମହାପାତ୍ର ସେମାନଙ୍କୁ ଅବରୋଧ ହଟାଇବା ପାଇଁ କହିଥିଲେ ମଧ୍ୟ ଅବରୋଧରୁ ସେମାନେ ହଟି ନଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ରାସ୍ତା ଅବରୋଧ ହୋଇ ରହିଥିବା ବେଳେ ଶତାଧିକ ମହିଳା ଏବଂ ପୁରୁଷ ଏହି ରାସ୍ତାରେ ସମସ୍ତ ଯାନ ଚଳାଚଳ କୁ ବନ୍ଦ କରି ଦେଇ ଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories