www.samajalive.in
Saturday, December 6, 2025
16.1 C
Bhubaneswar

୨୦୧୯ରେ ସଡ଼କ ଦୁର୍ଘଟଣା ନେଇଛି ୧.୫୪ ଲକ୍ଷ ଜୀବନ: ଏନସିଆରବି

ନୂଆଦିଲ୍ଲୀ: ଗତ ୨୦୧୯ରେ ସାରା ଦେଶରେ ହୋଇଛି ୪୩୭୩୯୬ ଦୁର୍ଘଟଣା ଏବଂ ଏଥିରେ ୧୫୪୭୩୨ ଜଣ ମୃତ୍ୟୁବରଣ କରିଛନ୍ତି ଓ ୪୩୯୨୬୨ ଜଣ ଆହତ ହୋଇଛନ୍ତି । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନସିଆରବି) ଦେଇଛି ଏହି ପରିସଂଖ୍ୟାନ । ସୂଚନା ଅନୁସାରେ ୫୯.୬% ଦୁର୍ଘଟଣା ଦ୍ରୁତଗତି ଗାଡ଼ି ଚାଳନା ଯୋଗୁଁ ହୋଇଛି ଏବଂ ଏଥିରେ ୮୬୨୪୧ ମୃତ୍ୟୁବରଣ କରିଛନ୍ତି ଓ ୨୭୧୫୮୧ ଆହତ ହୋଇଛନ୍ତି । ଗତ ୨୦୧୭ରେ ଦୁର୍ଘଟଣାରେ ୧୫୦୦୯୩ ମୃତ୍ୟୁବରଣ କରିଥିବାବେଳେ ୨୦୧୮ରେ ୧୫୨୭୮୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ପରିସଂଖ୍ୟାନ ଅନୁସାରେ ସଡ଼କ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଅସାବଧାନତା ଯୋଗୁଁ ୨୦୧୯ରେ ମୋଟ ୪୨୧୯୫୯ ମୃତ୍ୟୁବରଣ କରିଛନ୍ତି । ୨୦୧୮ରେ ଏହି ସଂଖ୍ୟା ୪୧୧୧୦୪ ଥିବାବେଳେ ୨୦୧୭ରେ ଏହି ସଂଖ୍ୟା ୩୯୬୫୮୪ ରହିଥିଲା । ଏହାମଧ୍ୟରୁ ଦୁଇଚକିଆ ଯାନ ଦୁର୍ଘଟଣା ୩୮% ଥିବାବେଳେ ଟ୍ରକ୍ ଦୁର୍ଘଟଣା ସଂଖ୍ୟା ୧୪.୬%, କାର୍ ଦୁର୍ଘଟଣା ୧୩.୭% ଓ ବସ୍ ସମ୍ବନ୍ଧୀୟ ଦୁର୍ଘଟଣା ୫.୯% ବୋଲି ଜଣାପଡ଼ିଛି ।

- Advertisement -

ଏନସିଆରବି ପରିସଂଖ୍ୟାନ ଅନୁସାରେ ବିପଜ୍ଜନକ ଓ ବେପରୁଆ ଭାବରେ ଗାଡ଼ି ଚଳାଇବା ଏବଂ ଓଭରଟେକ୍ କରିବା ବେଳେ ୨୫.୭% ଦୁର୍ଘଟଣା ଘଟିଛି । ଯେଉଁଥିରେ ୪୨୫୫୭ ଜଣ ମୃତ୍ୟୁବରଣ କରିଛନ୍ତି ଓ ୧୦୬୫୫୫ ଆହତ ହୋଇଛନ୍ତି । ଖରାପ ପାଗ ଯୋଗୁଁ ୨.୬% ଦୁର୍ଘଟଣା ଘଟିଥିବା ମଧ୍ୟ ଏଥିରେ କୁହାଯାଇଛି । ସେହିପରି ମୋଟ ଦୁର୍ଘଟଣାର ୫୯.୫% ଦେଶର ଗ୍ରାମାଞ୍ଚଳରେ ଘଟିଛି ଓ ଅବଶିଷ୍ଟ ୪୦.୫% ସହରାଞ୍ଚଳରେ ହୋଇଛି ।

ଅନୁରୂପ ଭାବରେ ୨୦୧୯ରେ ମୋଟ ୨୭୯୮୭ ରେଳ ସମ୍ବନ୍ଧୀୟ ଦୁର୍ଘଟଣା ଘଟିଛି ଏବଂ ଏଥିରେ ୩୫୬୯ ଜଣ ମୃତ୍ୟୁବରଣ କରିଛନ୍ତି, ୨୪୬୧୯ ଜଣ ଆହତ ହୋଇଛନ୍ତି । ରେଳବାଇ କ୍ରସିଂ ନିକଟରେ  ୧୭୮୮ ଦୁର୍ଘଟଣା ଘଟିଛି ଓ ୧୭୬୨ ଜଣ ମୃତ୍ୟୁବରଣ କରିଛନ୍ତି । ଏଥିରେ ୧୬୫ ଜଣ ଆହତ ହୋଇଛନ୍ତି ବୋଲି ଏନସିଆରବି ରିପୋର୍ଟରେ ଉଲ୍ଲେଖ ଅଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories